ETV Bharat / sports

କେରଳ ହାତୀ ମୃତ୍ୟୁକୁ ନେଇ ମର୍ମାହତ କେଭିନ ପିଟରସନ

କେରଳରେ ହାତୀକୁ ବାଣଭର୍ତ୍ତି ସପୁରୀ ଖାଇବାକୁ ଦିଆଯାଇଥିବା ଘଟଣାରେ ମର୍ମାହତ ହୋଇଛନ୍ତି ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ କେଭିନ ପିଟରସନ । ଅଧିକ ପଢ଼ନ୍ତୁ...

author img

By

Published : Jun 5, 2020, 12:00 AM IST

Disgust with images sent from India, kevin Pietersen, elephant incident, ହାତୀ ମୃତ୍ୟୁକୁ ନେଇ ମର୍ମାହତ କେଭିନ ପିଟରସନ
କେରଳ ହାତୀ ମୃତ୍ୟୁକୁ ନେଇ ମର୍ମାହତ କେଭିନ ପିଟରସନ

ହାଇଦ୍ରାବାଦ: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଆନିମଲ ଆକ୍ଟିଭିଷ୍ଟ କେଭିନ ପିଟରସନ କେରଳରେ ହୋଇଥିବା ହାତୀମୃ୍ତ୍ୟୁ ଘଟଣାକୁ ନେଇ ଗଭୀର ଭାବେ ମର୍ମାହତ ହୋଇଛନ୍ତି ଯେଉଁଥିରେ ଏକ ଗର୍ଭଣୀ ହାତୀକୁ ବାଣଭର୍ତ୍ତି ସପୁରୀ ଖାଇବାକୁ ଦିଆଯାଇଥିଲା ।

“ମା ହାତୀ ଉପରେ ହୋଇଥିବା ବର୍ବରତାର ଭାରତରୁ ରାତାରାତି ପାଇଥିବା ଫଟୋ ଗୁଡିକ ଦେଖି ଗଭୀର ଆଘାତ ଲାଗିଛି । କେହି କାହିଁକି ଏମିତି କରେ ? କାହିଁକି ?’’ ପିଟରସନ ଇନଷ୍ଟାଗ୍ରାମରେ ଏହି ଭୟଙ୍କର ଘଟଣାର ଫଟୋ ପୋଷ୍ଟ କରି କହିଛନ୍ତି ।

ପଶୁ ନିର୍ଯାତନାର ଏହି ନିଷ୍ଠୁର ଘଟଣା କେରଳର ପାଲକ୍କଡ ଜିଲ୍ଲାରେ ଘଟିଥିଲା, ଯାହାଫଳରେ ନଦୀରେ ଠିଆ ହୋଇଥିବା ବେଳେ ହାତୀର ମୃତ୍ୟୁ ଘଟିଥିଲା।

ଗର୍ଭବତୀ ହାତୀର ହତ୍ୟା ଘଟଣାର ଯାଞ୍ଚ କରୁଥିବା କେରଳ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ଭାରତୀୟ କ୍ରୀଡା ଜଗତ ମଧ୍ୟ ଏହି ଆମାନୁଷିକ ଘଟଣାକୁ ନିନ୍ଦା କରିଛି । ଏହାସହ ନିରୀହ ପଶୁ ମାନଙ୍କୁ ଭଲ ପାଇବା ଦେବା ପାଇଁ ଅପିଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.