ETV Bharat / sports

ରାଞ୍ଚି ଟେଷ୍ଟ: ହୋମ ଗ୍ରାଉଣ୍ଡରେ 'ଲୋକାଲ ବଏ', ଏମିତି କହିଲେ ବିରାଟ

ଶେଷ ଟେଷ୍ଟ ମ୍ୟାଚକୁ ଦେଖିବାକୁ ଆସିଛନ୍ତି ରାଞ୍ଚି 'ଲୋକାଲ ବଏ' ଏମଏସ ଧୋନି। ମ୍ୟାଚ ପରେ ଖେଳାଳିଙ୍କ ସହ କିଛି ସମୟ ବିତାଇଛନ୍ତି।

ହୋମ ଗ୍ରାଉଣ୍ଡରେ 'ଲୋକାଲ ବଏ'
author img

By

Published : Oct 22, 2019, 3:27 PM IST

ରାଞ୍ଚି: ଶେଷରେ ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷ ଟେଷ୍ଟ ମ୍ୟାଚକୁ ଦେଖିବାକୁ ଆସିଛନ୍ତି ରାଞ୍ଚି 'ଲୋକାଲ ବଏ' ଏମଏସ ଧୋନି । ମ୍ୟାଚ ପରେ ଖେଳାଳିଙ୍କ ସହ କିଛି ସମୟ ବିତାଇଛନ୍ତି । ଯୁବ ଖେଳାଳି ଶାହାବାଜ ନଦୀମଙ୍କୁ କିଛି ଟିସ୍ପ ଦେଉଥିବାର ନଜର ମଧ୍ୟ ଆସିଛନ୍ତି ଧୋନି ।

ହୋମ ଗ୍ରାଉଣ୍ଡରେ 'ଲୋକାଲ ବଏ'
ଫଟୋ ସୌଜନ୍ୟ- ଟ୍ବିଟର

ତେବେ ନିଜ ହୋମ ଗ୍ରାଉଣ୍ଡରେ ମ୍ୟାଚ ହେଉଥିବାରୁ ଧୋନି ଖେଳ ଦେଖିବାକୁ ଆସିବେ କି ନାହିଁ ଏହି ଚର୍ଚ୍ଚା ଜୋର ଧରିଥିଲା । ଫ୍ୟାନ୍ସ ମଧ୍ୟ ଅପେକ୍ଷା କରି ବସିଥିଲେ କ୍ରିକେଟରୁ କିଛି ଦିନ ହେବ ଦୂରରେ ଥିବା ଏହି କିମ୍ବଦନ୍ତୀ କ୍ରିକେଟରଙ୍କର । ତେବେ ବିଶ୍ବର ଏହି ବେଷ୍ଟ ଫିନିସରଙ୍କ ହୋମ ଗ୍ରାଉଣ୍ଡରେ ସିରିଜ ଫିନିଶ୍‌ କରିଛି ଟିମ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜକୁ 3-0ରେ କ୍ଲିନ ସୁଇପ କରିଛି ଘରୋଇ ଦଳ । 3ୟ ତଥା ଅନ୍ତିମ ମ୍ୟାଚରେ 202ରନ ଓ ଇଂନିସ ବିଜୟ ହୋଇଛି ବିରାଟ ବାହିନୀ।

ହୋମ ଗ୍ରାଉଣ୍ଡରେ 'ଲୋକାଲ ବଏ'
ଫଟୋ ସୌଜନ୍ୟ- ଟ୍ବିଟର

ତେବେ ଧୋନିଙ୍କ ଆସିବ ନେଇ ମଧ୍ୟ ଦଳର ଖେଳାଳି ଓ କୋଚଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତୀୟ କୋଚ ରବି ଶାସ୍ତ୍ରୀ ଧୋନିଙ୍କ ସହ ଫଟୋ ଉଠାଇ ଟ୍ବିଟ କରିଛନ୍ତି, "ଏହି ବିରାଟ ବିଜୟ ପରେ କିମ୍ବଦନ୍ତୀଙ୍କୁ ଦେଖି ଖୁସି ଲାଗିଲା । " ସେହିପରି ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ବିରାଟ ମଧ୍ୟ ମଜାଳିଆ ଅନ୍ଦାଜରେ ଧୋନିଙ୍କ ଆସିବା କଥା କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.