ରାଞ୍ଚି: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଅବସର ପରେ ଧୋନି କଣ କରିବେ ସେଇ କଥା ଆଲୋଚନା କରିଛନ୍ତି । ଧୋନି କହୁଛନ୍ତି ଯେ ଛୋଟ ବେଳୁ ହିଁ ତାଙ୍କୁ ଚିତ୍ର ଆଙ୍କିବାର ବେଶ ସଉକ ଥିଲା, ସେ ଜଣେ କଳାକାର ହେବାକୁ ଚାହୁଁଥିଲେ । ତେଣୁ କ୍ରିକେଟ ପରେ ଏବେ ଧୋନି ପେଣ୍ଟିଙ୍ଗକୁ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି ଧୋନି ।
ଭାଇରାଲ ହୋଇଥିବା ଏହି ଭିଡିଓରେ ଧୋନି କହୁଛନ୍ତି ‘‘ବହୁତ ଦିନରୁ ଆପଣ ମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଥିଲି । ଏହା ଏକ ସିକ୍ରେଟ ଯାହା ମୁଁ ଆପଣ ମାନଙ୍କ ସହ ଆଜି ସେୟାର କରିବାକୁ ଯାଉଛି । କ୍ରିକେଟ ପରେ ମୁଁ ମୋର ସମ୍ପୂର୍ଣ୍ଣ ଫୋକସ ପେଣ୍ଟିଙ୍ଗ ଉପରେ କରିବାକୁ ଚାହୁଁଛି । ମୁଁ ମୋର ପ୍ରତମ ଚିତ୍ରକଳା ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି କରିବାକୁ ଚାହୁଁଛି, କିନ୍ତୁ ତା ପାଇଁ ଏବେ ସମୟ ଅଛି ।’’ ଏହା ପରେ ଧୋନି ନିଜର କିଛି ପେଣ୍ଟିଙ୍ଗ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଏହି ପେଣ୍ଟିଙ୍ଗ ଗୁଡିକ ମଧ୍ୟରେ ଧୋନି ନିଜର ମନ ପସନ୍ଦର ପେଣ୍ଟିଙ୍ଗ କଥା ମଧ୍ୟ କହିଛନ୍ତି ।
ଧୋନିଙ୍କ ଏହି ଚିତ୍ରକଳା ପ୍ରଦର୍ଶନୀ ପ୍ରସ୍ତୁତ ହେବା ପରେ ଧୋନି ତାଙ୍କ ଫ୍ୟାନ୍ସଙ୍କୁ ସେଠାକୁ ଆସିବା ପାଇଁ ଆଗ୍ରହ କରିଛନ୍ତି । ଏହା ସହ ଧୋନି ଫ୍ୟାନ୍ସଙ୍କୁ ମତାମତ ମଧ୍ୟ ମାଗିଛନ୍ତି । ତେବେ ଏହି ଭିଡିଓରେ ଧୋନି ସମ୍ପୂର୍ଣ୍ଣ ଅଲଗା ଅନ୍ଦାଜରେ ନଜର ଆସୁଛନ୍ତି । ତାଙ୍କ ହେୟାର ଷ୍ଟାଇଲ ଓ ଲୁକ ମଧ୍ୟ ଭିନ୍ନ ପ୍ରକାର ଦେଖାଯାଉଛି । କିଛି ଫ୍ୟାନ୍ସ ଏହାକୁ ପୁରୁଣା ଭିଡିଓ ମଧ୍ୟ କହୁଛନ୍ତି । ତେବେ କ୍ରିକେଟ ଜଗତରୁ ଧୋନିଙ୍କ ଅବସରକୁ ନେଇ ଅନେକ ଖବର ଆସୁଛି । 2019 ବିଶ୍ବକପ ପରେ ଧେନି କ୍ରିକେଟରୁ ଅବସର ନେବା ନେଇ ଚର୍ଚ୍ଚା ଚାଲିଛି ।