ETV Bharat / sports

ମୋ ଭାଇ ଧୋନିଙ୍କ ପାଇଁ ମୋର ନୂଆ ଗୀତ: ବ୍ରାଭୋ - ଡ୍ବେନ ବ୍ରାଭୋ

ଇନଷ୍ଟାଗ୍ରାମରେ ଧୋନିଙ୍କୁ ଖୁବ ପ୍ରଶଂସା କଲେ ଡ୍ବେନ ବ୍ରୋଭୋ । ଟ୍ବିଟରେ ଆସିଲା ଧୋନିଙ୍କ ପାଇଁ ଲେଖିଥିବା ଖାସ ଗୀତ । କହିଲେ ’ଧୋନି ମାଇଁ ବ୍ରଦର ଫ୍ରମ ଏନାଦର ମଦର’ । ଅଧିକ ପଢ଼ନ୍ତୁ...

ms dhoni, dhoni is brother from another mother, Dwayne Bravo, ଧୋନିଙ୍କ ପାଇଁ ମୋର ନୂଆ ଗୀତ, ଡ୍ବାଏନ ବ୍ରାଭୋ, song for dhoni
ମୋ ଭାଇ ଧୋନିଙ୍କ ପାଇଁ ମୋର ନୂଆ ଗୀତ: ଡ୍ବାଏନ ବ୍ରାଭୋ
author img

By

Published : Apr 20, 2020, 7:42 PM IST

Updated : Apr 21, 2020, 10:32 AM IST

ଚେନ୍ନାଇ: ଧୋନିଙ୍କ ପାଇଁ ଗୀତ ଲେଖିବା ସହ ଏହାର ଏକ ଛୋଟ ସାମ୍ପଲ ଟ୍ବିଟରେ ସେୟାର କରିଛନ୍ତି ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ । ଏହାସହ ଇଣ୍ଡିଆନ ପ୍ରିମିୟର ଲିଗ ସମୟରେ ତାଙ୍କ ଉପରେ ସବୁବେଳେ ଭରସା ରଖିଥିବାରୁ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ଇନଷ୍ଟାଗ୍ରାମ ଲାଇଭରେ ବ୍ରାଭୋ ଖୁବ ପ୍ରଶଂସା କରିଛନ୍ତି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ କାହିଁକି ସବୁଠାରୁ ଖାସ ଓ ଏହାସହ କାହିଁକି ଏକ ସମ୍ପୃକ୍ତିର ଭାବ ରହିଛି ତାହା ମଧ୍ୟ କହିଛନ୍ତି ବ୍ରାଭୋ ।

ଧୋନିଙ୍କୁ ନେଇ ବ୍ରାଭୋ ଏକ ଗୀତ ଲେଖିଛନ୍ତି । ଏହି ଗୀତର ଏକ ଛୋଟ ଭିଡିଓ ଟ୍ବିଟରରେ ସେୟାର କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଗୀତ ଆରମ୍ଭରୁ ବ୍ରାଭୋ କହିଛନ୍ତି ଯେ, ‘‘ଏହି ଗୀତ ମୋ ଭାଇ ଧୋନି ପାଇଁ । ଆଉ ଜଣେ ମାଙ୍କ ଠାରୁ ମୋ ଭାଇ (My Brother from another mother) ।’’

‘‘ଧୋନି ଓ କୋଚ ଷ୍ଟିଫନ ଫ୍ଲେମିଙ୍ଗ ସବୁବେଳେ ମୋ ଉପରେ ଭରସା କରିଛନ୍ତି । ମୁଁ ଡେଥ ଓଭରରେ ବୋଲିଂ କରେ । ସିଏସକେ ସବୁବେଳେ ମୋ ଉପରେ ବିଶ୍ବାସ କରିଛି ଯେ ମୁଁ ଡେଥ ଓଭରରେ ଭଲ ପ୍ରଦର୍ଶନ କରି ପାରିବି । ଖେଳିବା ବେଳେ ସ୍ଥିତି ସବୁବେଳେ ସମାନ ନଥାଏ । କିନ୍ତୁ ମୁଁ ମୋ ନିଜ ଉପରେ ବିଶ୍ବାସ ରଖି ଖେଳେ,’’ ବୋଲି କହିଛନ୍ତି ବ୍ରାଭୋ ।

2011 ମସିହାରୁ ଡ୍ବେନ ବ୍ରାଭୋ ସିଏସକେ ପାଇଁ ଖେଳୁଛନ୍ତି । ଏଯାବତ ସେ 104ଟି ମ୍ୟାଚ ଖେଳି ସାରିଛନ୍ତି ।

ଏହାସହ ବ୍ରାଭୋ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ସିଏସକେ ସହ କେଜାଣି କାହିଁକି ଏକ ପରିବାର ଭଳି ସମ୍ପର୍କ ରହିଛି । ଏହା କେବଳ ଏକ ଟିମ ନୁହେଁ ଏକ ପରିବାର । ବର୍ଷକୁ ବର୍ଷ ଯେତେ ନୂଆ ଖେଳାଳି ଆସିଛନ୍ତି ସମସ୍ତେ ଏହା ଅନୁଭବ କରିଛନ୍ତି । ଏହି ଟିମରେ ରହି ସମସ୍ତଙ୍କ ଖେଳରେ ସୁଧାର ଆସିଛି । ମୁଁ ଅନ୍ୟ ଫ୍ରାଞ୍ଚାଇଜି ପାଇଁ ମଧ୍ୟ ଖେଳିଛି ।’’

Last Updated : Apr 21, 2020, 10:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.