ETV Bharat / sports

‘ଧୋନିଙ୍କ ପରି ଭରସା ମୋ ଉପରେ ୱେଷ୍ଟଇଣ୍ଡିଜ ବୋର୍ଡ ମଧ୍ୟ କରି ନାହିଁ’ - Chennai super kings

ଧୋନିଙ୍କ ପରି ଭରସା ମୋ ଉପରେ କେହି କରି ନାହାନ୍ତି ବୋଲି କହିଛନ୍ତି ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ବ୍ରାଭୋ । ତାଙ୍କ ପାଇଁ ସେ କିଛି କରିବାକୁ ଚାହାନ୍ତି ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ...

Dhoni had faith in me, West Indies selectors didn't have faith in me says brovo, Dwayne Bravo, dhoni and bravo, ଧୋନିଙ୍କ ପାଇଁ କିଛି କରିବାକୁ ଚାହୁଁଛି, ବ୍ରାଭୋ, ସିଏସକେ, CSK, Chennai super kings, ୱେଷ୍ଟଇଣ୍ଡିଜ ବୋର୍ଡ
ଧୋନିଙ୍କ ପରି ଭରସା ମୋ ଉପରେ ୱେଷ୍ଟଇଣ୍ଡିଜ ବୋର୍ଡ ମଧ୍ୟ କରି ନାହିଁ
author img

By

Published : Apr 30, 2020, 1:17 AM IST

ହାଇଦ୍ରାବାଦ: ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଡ୍ବାଏନ ବ୍ରାଭୋ କହିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମ୍ୟାନେଜମେଣ୍ଟ ତାଙ୍କ ଉପରେ ଯେଉଁ ବିଶ୍ବାସ ଦେଖାଇଛି ତାହା ତାଙ୍କୁ କ୍ୟାରିୟରରେ ସଫଳତା ପାଇବାରେ ବେଶ ସହାୟକ ହୋଇଛି । ତେବେ ବର୍ତ୍ତମାନ ଅବସରର ନିକଟବର୍ତ୍ତୀ ହୋଇଥିବା ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପାଇଁ ସେ କିଛି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

ଏକ ଅନଲାଇନ ଟକ ସୋରେ ବ୍ରାଭୋ କହିଛନ୍ତି ଯେ କିପରି ସିଏସକେ ତାଙ୍କୁ ଓ ସେନ ୱାଟସନ ଭଳି ଖେଳାଳିଙ୍କୁ ଜୀବନରେ ଦ୍ବିତୀୟ ଥର କିଛି କରି ଦେଖାଇବାର ସୁଯୋଗ ଦେଇଛି ।

“ଅନ୍ୟ ଦଳରେ, ଯଦି ଆପଣ ଭଲ ପ୍ରଦର୍ଶନ କରନ୍ତି ନାହିଁ, ତେବେ ଆପଣ ଚାପଗ୍ରସ୍ତ ଅନୁଭବ କରନ୍ତି । କିନ୍ତୁ ସିଏସକେରେ ଆପଣ ତାହା ଅନୁଭବ କରିବେ ନାହିଁ । ସେନ ୱାଟସନ ଖୋଲାଖୋଲି ଭାବରେ କହିଛନ୍ତି ଯଦି ସେ ଯଦି ଅନ୍ୟ ଫ୍ରାଞ୍ଚାଇଜ ପାଇଁ ଖେଳୁଥାନ୍ତେ ତେବେ ତାଙ୍କୁ ଡ୍ରପ କରିଦିଆ ଯାଇଥାନ୍ତା କିମ୍ବା ସେ ଅବସର ନେବାକୁ ଚିନ୍ତା କରିଥାନ୍ତେ । ମୁଁ ଭାବୁନାହିଁ ସିଏସକେ ପରି ଆଉ କୌଣସି ଫ୍ରାଞ୍ଚାଇଜ ଅଛି । ଏଥିପାଇଁ ଅଧିକାଂଶ ଶ୍ରେୟ ଧୋନି ଏବଂ ଫ୍ଲେମିଂକୁ ଦିଆଯିବା ଉଚିତ,’’ ବୋଲି ବ୍ରାଭୋ କହିଛନ୍ତି।

2011 ଠାରୁ ସିଏସକେର ସଫଳ ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ରାଭୋ ଏହି ପ୍ରାଞ୍ଚାଇଜ ପାଇଁ 104ଟି ୱିକେଟ ନେଇଛନ୍ତି । ଏହାସହ ସେ ଦୁଇଥର ପର୍ପଲ କ୍ୟାପ ଓ ଦୁଇ ଥର ୱିନର ମେଡାଲ ମଧ୍ୟ ଜିତିଛନ୍ତି ।

ସେ କହିଛନ୍ତି, “ମୁଁ ନିଜକୁ ଅନେକ ଥର ପଚାରିଛି, ଏମଏସଙ୍କ ପରି ଜଣେ କେହି ମୋ ଉପରେ ଏତେ ବିଶ୍ବାସ କାହିଁକି କରନ୍ତି ? ମୋର ନିଜସ୍ବ ବୋର୍ଡ ଏବଂ ଚୟନକର୍ତ୍ତାଙ୍କର ସମାନ ବିଶ୍ବାସ ମୋ ଉପରେ ନାହିଁ । କିନ୍ତୁ ମାହି ମୋର ପ୍ରତିଭା ଏବଂ ମୁଁ ଯେଉଁ ପ୍ରକାର ଖେଳେ ତାକୁ ଖୁବ ସମ୍ମାନ କରନ୍ତି । ଯାହା ମୋ ପାଇଁ ଖୁବ ବଡ କଥା ।’’

“ମୁଁ ତାଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି । ସେ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଁଞ୍ଚିଛନ୍ତି । ତାଙ୍କ କ୍ୟାରିଅର ଅତୁଳନୀୟ ରହିଛି । ଅନ୍ୟମାନଙ୍କ ସହ ମୋ କ୍ୟାରିୟରରେ ମଧ୍ୟ ଧୋନିଙ୍କର ବହୁତ ବଡ ପ୍ରଭାବ ପଡିଛି ,’’ ବୋଲି ବ୍ରାଭୋ କହିଛନ୍ତି । ବ୍ରାଭୋ ତାଙ୍କର ନୂଆ ଗୀତ “ନଂ 7” ବିଷୟରେ କହିଛନ୍ତି ଯାହାର ଲିରିକ୍ସ ଧୋନିଙ୍କ ଉପରେ ଆଧାରିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.