ETV Bharat / sports

ବିଜୟ ସହ ଟେବୁଲ ଟପ୍‌ରେ ଦିଲ୍ଲୀ, ରାଜସ୍ଥାନର ପ୍ଲେ-ଅଫ ରାସ୍ତା ବନ୍ଦ - RR

ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଲା ଦିଲ୍ଲୀ କ୍ୟାପିଟାଲ୍ସ । ଅନ୍ୟପଟେ ଘରୋଇ ମୈଦାନରେ ପୁଣି ଏକ ମ୍ୟାଚ ହାରି ପ୍ଲେ-ଅଫରୁ ବାଦ ପଡିଲା ରାଜସ୍ଥାନ ରୟାଲ୍ସ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : Apr 23, 2019, 1:52 AM IST

ଜୟପୁର: ପୁଣିଥରେ ବାଜିମାତ କଲା ଯୁବ ଦିଲ୍ଲୀ ଦଳ । ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଲା ଦିଲ୍ଲୀ କ୍ୟାପିଟାଲ୍ସ । ଅନ୍ୟପଟେ ଘରୋଇ ମୈଦାନରେ ପୁଣି ଏକ ମ୍ୟାଚ ହାରି ପ୍ଲେ-ଅଫରୁ ବାଦ ପଡିଲା ରାଜସ୍ଥାନ ରୟାଲ୍ସ । ତେବେ ଦିଲ୍ଲୀର ଏହି ଦମଦାର ବିଜୟରେ ସାମିଲ ଅଛି ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ 78ରନର ପାଳି ।

ପ୍ରଥମ ବ୍ୟାଟିଂ ଆମନ୍ତ୍ରଣ ପାଇ ଘରୋଇ ରାଜସ୍ଥାନ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 191ରନ କରିଥିଲା । ଜବାବରେ 4ଟି ବଲ ବାକି ଥାଇ 4 ୱିକେଟ ବିନିମୟରେ 193 ରନ କରିଛି ଅତିଥି ଦିଲ୍ଲୀ ।

ଦିଲ୍ଲୀ ପକ୍ଷରୁ ପନ୍ତଙ୍କ ଛଡା ପୃଥ୍ବୀ ଶ'ଙ୍କ 42ରନ ଓ ଶିଖର ଧୱନଙ୍କ 54ରନ ସାମିଲ ଅଛି । ଅନ୍ୟପଟେ ଦିଲ୍ଲୀର ଅଧିନାୟକ ଶ୍ରେୟାସ ଆୟର ଆଜି ମ୍ୟାଚରେ ଫେଲ ମାରିଛନ୍ତି । ସେ ମାତ୍ର 4ରନ କରି ବେନ ଷ୍ଟୋକଙ୍କ ବଲରେ ଆଉଟ ହୋଇଛନ୍ତି ।

ରାଜସ୍ଥାନ ପକ୍ଷରୁ ଶ୍ରେୟାସ ଗୋପାଲ ସର୍ବାଧିକ ଦୁଇଟି ୱିକେଟ ନେଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.