ETV Bharat / sports

ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ହେବ ବିରାଟ କୋହଲି ଷ୍ଟାଣ୍ଡ

ଐତିହାସିକ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ବିରାଟ କୋହଲି ଷ୍ଟାଣ୍ଡ ସ୍ଥାନ ପାଇବ । ଏନେଇ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ରଜତ ଶର୍ମା ସୂଚନା ଦେଇଛନ୍ତି । ସେପ୍ଟମ୍ବର 12ରେ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଟିମ ଇଣ୍ଡିଆର ଖେଳାଳିଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

author img

By

Published : Aug 18, 2019, 11:25 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୁଅ ବିରାଟ କୋହଲିଙ୍କୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ବଡ ଉପହାର ମିଳିବାକୁ ଯାଉଛି । ଐତିହାସିକ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ବିରାଟ କୋହଲି ଷ୍ଟାଣ୍ଡ ସ୍ଥାନ ପାଇବ । ବିଶ୍ବ କ୍ରିକେଟକୁ ବିରାଟଙ୍କ ଅବଦାନ ଓ ସଫଳତା ଦିଲ୍ଲୀ କ୍ରିକେଟ ଆସୋସିଏନକୁ ଗର୍ବିତ କରିଛି । ସେଥିପାଇଁ ବିରାଟଙ୍କୁ ଏହି ଭେଟି ଦେବାକୁ ଯୋଜନା କରିଛି ଦିଲ୍ଲୀ କ୍ରିକେଟ ଆସୋସିଏନ । ଏନେଇ ସଭାପତି ରଜତ ଶର୍ମା ସୂଚନା ଦେଇଛନ୍ତି । ସେପ୍ଟମ୍ବର 12ରେ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଟିମ ଇଣ୍ଡିଆର ଖେଳାଳିଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଏପରି ବିରାଟ ଉପଲବ୍ଧି ପରେ କୋହଲି ଦୁନିଆର ସର୍ବକନିଷ୍ଠ କ୍ରିକେଟର ହୋଇଛନ୍ତି । ଏହି ଷ୍ଟାଣ୍ଡରେ ବିରାଟଙ୍କ ରେକର୍ଡ, ସମ୍ମାନ ଓ ସଫଳତା ସବୁ ସ୍ଥାନ ପାଇବ । ତେବେ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ବିଶନ ସିଂହ ବେଦୀ ଓ ମହିନ୍ଦର ଅମରନାଥ ଷ୍ଟାଣ୍ଡ ସ୍ଥାନ ପାଇଛି । ତେବେ ଉଭୟ ଦିଲ୍ଲୀ କ୍ରିକେଟରଙ୍କୁ ଅବସର ପରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ଦିଲ୍ଲୀ କ୍ରିକେଟର ଭେଟେରାନ ବିରେନ୍ଦ୍ର ସେହୱାଗ, ଅନ୍ଜୁମ ଚୋପ୍ରା ନାମରେ ମଧ୍ୟ ଷ୍ଟାଣ୍ଡ ରହିଛି । ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ଏମ ଏ କେ ପାତଉଡିଙ୍କ ନାମରେ ହଲ ଅଫ ଫେମ ସମ୍ମାନ ପ୍ରଦାନ କରାଯାଇଛି ।

ଫିରୋଜ ଶାହା କୋହଲା ଷ୍ଟାଡିୟମରେ ବିରାଟ କୋହଲି ଷ୍ଟାଣ୍ଡ ଦେଖି ଅନେକ ଯୁବ ଦିଲ୍ଲୀ କ୍ରିକେଟରଙ୍କୁ ପ୍ରେରଣା ମିଳିବ ବୋଲି ଚର୍ଚ୍ଚା ହେଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.