ଶାରଜା: ଆଜିର 2ୟ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କେକେଆର । ଫଳ ସ୍ବରୂପ ଦିଲ୍ଲୀର ଯୁବ ଖେଳାଳିଙ୍କ ପ୍ରହାରରେ କେକେଆର ଆଗରେ 228ରନ ବିଜୟ ଲକ୍ଷ୍ୟ ରହିଛି ।
ଓପନିଂ ଯୋଡି ପୃଥ୍ବୀ ଶ'(66) ଓ ଶିଖର ଧୱନ(26) ଦଳକୁ ଭଲ ଆରମ୍ଭ ଦେଇଥିଲେ । ଧୱନଙ୍କ ଆଉଟ ହେବା ପରେ ଦଳ ଅଧିନାୟକ ଶ୍ରେୟାସ ଆୟାର ଅପରାଜିତ 38ବଲରୁ 88ରନ ପାଳି ଖେଳିଥିଲେ । ତାଙ୍କର ଏହି ପାଳିରେ 6ଟି ଛକା ଓ 7ଟି ଚୌକା ସାମିଲ ରହିଛି । ସେହିପରି ପରେ ଯୁବ ଋଷବ ପନ୍ତ ମଧ୍ୟ 17 ବଲରୁ 38ରନ ପାଳି ଖେଳିଛନ୍ତି ।
କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ କମଲେଶ ନାଗାର୍କୋଟି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।