ETV Bharat / sports

ଆଇପିଏଲ 2020: ଆଜିର 2ୟ ମ୍ୟାଚ, ପ୍ରଥମେ ବୋଲିଂ କରିବ କୋଲକାତା

ଆଜିର 2ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଛି କୋଲକାତା ନାଇଟ ରାଇଡର୍ସ । ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ ।

author img

By

Published : Oct 3, 2020, 7:26 PM IST

ଆଇପିଏଲ 2020: ଆଜିର 2ୟ ମ୍ୟାଚ, ପ୍ରଥମେ ବୋଲିଂ କରିବ କୋଲକତା

ଶାରଜା: ଚଳିତ ଆଇପିଏଲ ସଂସ୍କରଣର ଆଜି ପ୍ରଥମ ଡେବଲ ହେଟର ମ୍ୟାଚ (ଗୋଟିଏ ଦିନରେ ଦୁଇଟି ମ୍ୟାଚ) ଖେଳାଯାଉଛି । 2ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଛି କୋଲକାତା ନାଇଟ ରାଇଡର୍ସ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କୋଲକାତା ଅଧିନାୟକ ଦିନେଶ କାର୍ତ୍ତିକ ।

କୋଲକାତା ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । କୁଳଦୀପ ଯାଦବଙ୍କ ସ୍ଥାନରେ ଆଜି ମ୍ୟାଚ ପାଇଁ ରାହୁଲ ତ୍ରିପାଠୀଙ୍କୁ ଦଳ ଏକାଦଶରେ ସ୍ଥାନ ଦେଇଛି । ସେହିପରି ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ଆହତ ଅଶ୍ବିନ ଆଜି ମ୍ୟାଚ ପାଇଁ ଦଳକୁ ଫେରିଛନ୍ତି । ସେହିପରି ଇଶାନ୍ତ ଶର୍ମାଙ୍କ ସ୍ଥାନରେ ଅକ୍ସର ହରସାଲଙ୍କୁ ଦଳରେ ସ୍ଥାନ ମିଳିଛି ।

  • ଦିଲ୍ଲୀ କ୍ୟାପିଟାଲ୍ସ ଚୂଡାନ୍ତ ଏକାଦଶ: ପୃଥ୍ବୀ ଶ', ଶିଖର ଧୱନ, ଶ୍ରେୟସ୍ ଆୟର୍, ଋଷଭ ପନ୍ତ , ଶିମରନ୍ ହେଟମେୟର୍, ମାର୍କସ୍ ଷ୍ଟୋଇନିସ୍, ରବିଚନ୍ଦ୍ରନ୍ ଅଶ୍ବିନ୍, କାଗିସୋ ରବାଡା, ଅନରିଚ ନର୍ଟଜେ, ଅମିତ ମିଶ୍ର, ହର୍ଷଲ ପଟେଲ ।
  • କୋଲକାତା ନାଇଟ୍ ରାଇଡର୍ସ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଦିନେଶ କାର୍ତ୍ତିକ, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ, ପ୍ୟାଟ କୁମିନ୍ସ, ସୁନୀଲ ନାରିନ, କମଲେଶ ନାଗାର୍କୋଟି, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.