ETV Bharat / sports

ଆଇପିଏଲ 2020: କୋହଲିଙ୍କ ପାୱାର ହିଟ, ଚେନ୍ନାଇ ଆଗରେ ବିଶାଳ ବିଜୟ ଲକ୍ଷ୍ୟ - ଚେନ୍ନାଇ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ 169/4 ରନ କରିଛି । ଫଳରେ ଧୋନିଙ୍କ ଚେନ୍ନାଇ ଦଳ ଆଗରେ 170ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଆଇପିଏଲ 2020: କୋହଲିଙ୍କ ପାୱାର ହିଟିଂ, ଚେନ୍ନାଇ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

author img

By

Published : Oct 10, 2020, 9:55 PM IST

ଦୁବାଇ: ବିରାଟ କୋହଲିଙ୍କ ଶାନଦାର 90ରନ ପାଳି ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ 169/4 ରନ କରିଛି । ଫଳରେ ଧୋନିଙ୍କ ଚେନ୍ନାଇ ଦଳ ଆଗରେ 170ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଆରସିବି ଓପନର୍ ଯିବାରେ ବିଫଳ ହୋଇଥିଲେ । ସିଏସକେର ଅଗ୍ରଣୀ ପେସର ଦୀପକ ଚହର ତୃତୀୟ ଓଭରରେ ଆରୋନ ଫିଞ୍ଚଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଫିଞ୍ଚ 9 ବଲରେ ମାତ୍ର 2ରନ୍ କରିଥିଲେ । ପରେ ଦେବଦତ୍ତ ପାଦିକ୍କାଲ, ଯିଏ ଏପର୍ଯ୍ୟନ୍ତ 3ଟି ମ୍ୟାଚ୍‌ରେ 3ଟି ଅର୍ଦ୍ଦଧଶକତ ସ୍କୋର କରିସାରିଛନ୍ତି । ଅଧିନାୟକ ବିରାଟ କୋହଲିଙ୍କ ସହ ପାଳିକୁ ଆଗାକୁ ବଢାଇଥିଲେ । ଏକାଦଶ ଓଭର ଆରମ୍ଭ ସୁଦ୍ଧା ଉଭୟ ଦଳର ସ୍କୋରକୁ ମୋଟ 66 ରନ ପର୍ଯ୍ୟନ୍ତ ନେଇଥିଲେ।

ଗତ ଦୁଇଟି ମ୍ୟାଚ୍ ପରଠାରୁ ସୁନ୍ଦର ବୋଲିଂ କରୁଥିବା ଶାର୍ଦ୍ଦୁଲ ଠାକୁର 33ରନରେ ପାଦିକାଲଙ୍କ ୱିକେଟ୍ ନେଇଥିଲେ । ଡାହାଣହାତୀ ବୋଲର ସମାନ ଓଭରରେ ଏବି ଡି ଭିଲିୟର୍ସଙ୍କୁ ମଧ୍ୟ ପାଭିଲିଅନ ପଠାଇଥିଲେ । ପାଳିକୁ ସମ୍ଭାଳିଥିବା ବିରାଟ ୱାଶିଂଟନ୍ ସୁନ୍ଦରଙ୍କ ସହ ଆଉ ଏକ ଭଲ ଭାଗିଦାରୀ ଗଠନ ଖେଳିଥଲେ । 17 ତମ ଓଭରରେ ବାଙ୍ଗାଲୋର ଅଧିନାୟକ ଦଳୀୟ ସ୍କୋରକୁ ଦୃତ ଗତିରେ ନେଇ 169ରନରେ ପହଞ୍ଚାଇଥିଲେ ।

ସେପଟେ ସିଏକେ ପକ୍ଷରୁ ଶ୍ରାଦ୍ଦୁଲ ଠାକରୁ 2ଟି, ଦୀପକ ଚହର ଓ ସାମ କୁରନ ଗୋଟିଏଁ ଲେଖାଏଁ ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.