ETV Bharat / sports

ଆଇପିଏଲ: ମ୍ୟାଚ ପୂର୍ବରୁ ସିଏସକେକୁ ନେଇ ଏମିତି କହିଲେ ରୋହିତ

ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ । ମୁହାଁମୁହିଁ ହେବାକୁ ଯାଉଛନ୍ତି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ।

author img

By

Published : Sep 19, 2020, 4:04 PM IST

CSK is just another team for us: Rohit ahead of IPL 13 opener
ଆଇପିଏଲ: ମ୍ୟାଚ ପୂର୍ବରୁ ସିଏସକେକୁ ନେଇ ଏମିତି କହିଲେ ରୋହିତ

ଆବୁଧାବି: ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ । ମୁହାଁମୁହିଁ ହେବାକୁ ଯାଉଛନ୍ତି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ।

CSK is just another team for us: Rohit ahead of IPL 13 opener
ରୋହିତ ଶର୍ମା

ଶନିବାର ଭାରତୀୟ ସମୟ ସନ୍ଧ୍ୟା 7.30ରେ ଶୈଖ ଜାୟଦ ଷ୍ଟାଡିୟମରେ ଆଇପିଏଲ 2020ର ପ୍ରଥମ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ମୁମ୍ବାଇ ସର୍ବାଧିକ 4ଥର ଚମ୍ପିଆନ ରହିସାରିଥିବା ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ପ୍ରତିପକ୍ଷ ଟିମ ଚେନ୍ନାଇ ସୁପର କିଙ୍ଗ୍ସକୁ ନେଇ ଦେଇଛନ୍ତି ବଡ ବୟାନ । ରୋହିତ କହିଛନ୍ତି "ଧୋନିଙ୍କ ନେତୃତାଧୀନ ଟିମ ବିପକ୍ଷରେ ଖେଳିବାକୁ ଅଧିକ ପସନ୍ଦ କରନ୍ତି । ପ୍ରତିଦ୍ବନ୍ଦ୍ବୀତାକୁ ଉପଭୋଗ କରୁ ।" ମାତ୍ର ମ୍ୟାଚ ଖେଳିବା ସମୟରେ 'ଚେନ୍ନାଇ ଆମ ପାଇଁ ଅନ୍ୟ ଏକ ଟିମ' । ଅର୍ଥାତ ଫ୍ୟାନ୍ସଙ୍କୁ ମୁମ୍ବାଇ ଶକ୍ତିଶାଳୀ ଟିମ ବୋଲି ସନ୍ଦେଶ ଦେଇଛନ୍ତି ରୋହିତ । ମୁମ୍ବାଇ ଇଣ୍ଡିଆନ୍ସର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ରୋହିତ । ଅନ୍ୟପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟୁର୍ଣ୍ଣାମେଣ୍ଟର ଦୁଇଟି ସର୍ବାଧିକ ପସନ୍ଦର ଟିମ ମଧ୍ୟରେ ଲଢେଇ ବୋଲି କହିଛନ୍ତି ।

ଟୁର୍ଣ୍ଣାମେଣ୍ଟର ଏହି ଦୁଇ ସଫଳ ଟିମ ଆଇପିଏଲରେ 28 ଥର ସାମ୍ନାସାମ୍ନି ହୋଇଛନ୍ତି । ସେଥିରୁ ମୁମ୍ବାଇ 17ଟିରେ ବିଜୟୀ ହେଇଥିବାବେଳେ, 11ଟି ମ୍ୟାଚରେ ପରାଜିତ ହୋଇଛି । ଗତ ସଂସ୍କରଣର ଆଇପିଏଲରେ ଅର୍ଥାତ 2019 ଆଇପିଏଲ ଫାଇନାଲରେ ନାଟକୀୟ ଭାବେ ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ରନରେ ବିଜୟୀ ହେବା ସହ 4ର୍ଥ ଥର ଚମ୍ପିଆନ ଆଖ୍ୟା ହାସଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.