ETV Bharat / sports

‘ମୁଁ ନିଶ୍ଚିତ ଯିବି, ଶଙ୍ଖ ବଜାଇ କ୍ରିକେଟ ପ୍ରତ୍ୟାବର୍ତ୍ତନର ଘୋଷଣା କରିବି’ - ବିନା ଦର୍ଶକରେ କ୍ରିକେଟ

ବିନା ଦର୍ଶକରେ କ୍ରିକେଟ ଆରମ୍ଭ ହେବା ନେଇ କ୍ରିକେଟର ସବୁଠାରୁ ବଡ ଫ୍ୟାନ ସୁଧୀର ଗୌତମଙ୍କ ଚିନ୍ତା । ଭିଡ ବିନା ଫ୍ୟାନ୍ସଙ୍କ ବିନା ଏକା ଜାତୀୟ ପତାକା ଉଡାଇବି କି ? ବୋଲି କଲେ ପ୍ରଶ୍ନ । ଅଧିକ ପଢ଼ନ୍ତୁ...

Cricket's biggest fan Sudhir gautam, empty stadium match,  ବିନା ଦର୍ଶକରେ କ୍ରିକେଟ, କ୍ରିକେଟ ଫ୍ୟାନ ସୁଧୀର ଗୌତମ
‘ବିନା ଦର୍ଶକରେ ମୁଁ କଣ ଏକା ତିରଙ୍ଗା ଉଡାଇବି ?’
author img

By

Published : May 16, 2020, 11:14 PM IST

ମୁମ୍ବାଇ: କ୍ରିକେଟ ଓ କ୍ରିକେଟର ଭଗବାନ ସଚିନଙ୍କର ସବୁଠାରୁ ବଡ ଫ୍ୟାନ ହେଉଛନ୍ତି ସୁଧୀର କୁମାର ଗୌତମ । ପତଳା ଦେହରେ ତିରଙ୍ଗା ରଙ୍ଗ, ଲଣ୍ଡା ମୁଣ୍ଡ, ଗୋଟିଏ ହାତରେ ଶଙ୍ଖ ଆଉ ଗୋଟିଏ ହାତରେ ଭାରତର ତିରଙ୍ଗା, ପାଟିରେ ଆଉ ପିଠିରେ ତାଙ୍କର ଗୋଟିଏ ନାଁ ସଚିନ ତେନ୍ଦୁଲକର । ଗତ ଗୋଟିଏ ଦସନ୍ଧି ଧରି ଭାରତୀର କ୍ରିକେଟର ଏମିତି କୌଣସି ମ୍ୟାଚ ନଥିବ ଯେଉଁଠି ସୁଧୀର ଉପସ୍ଥିତ ନଥିବେ । ଘରୋଇ ହେଉ ବା ବିଦେଶ ସବୁଠି ହାତରେ ତିରଙ୍ଗା ଧରି ହାଜର ହୋଇ ଯାଆନ୍ତି ସେ । ଯେତେବେଳେ ମ୍ୟାଚରେ କୌଣସି ସେଲିବ୍ରେସନ ହୁଏ ଟିଭି କ୍ୟାମେରା ସୁଧୀରଙ୍କ ଉପରେ ଜୁମ କରେ ଆଉ ସୁଧୀର ନିଜର ଶଙ୍ଖ ବଜାଇବା ସହ ବଡ ତିରଙ୍ଗାକୁ ଉଡାଇ ଦିଅନ୍ତି ।

ତେବେ ବର୍ତ୍ତମାନ ସେ ଅଛନ୍ତି ହୋମ କ୍ବାରେଣ୍ଟାଇନରେ, ଯାହାକୁ ନେଇ ତାଙ୍କର ଚିନ୍ତା ନାହିଁ । ନିଜ ଗାଁ ବିହାରର ମୁଜ୍ଜଫରପୁର ଜିଲ୍ଲାର ଦାମୋଦରପୁରେ ସୁଧୀରଙ୍କ ଉପରେ ଗ୍ରାମବାସୀ ଅବିଶ୍ବାସ କରିଥିଲେ କାରଣ ସେ ଲକଡାଉନ ଘୋଷଣା ହେବା ପରଠାରୁ ଦିଲ୍ଲୀରେ ନିଜ ବନ୍ଧୁଙ୍କ ଘରେ ଥିଲେ ଓ ମେ 7 ତାରିଖରେ ଘରକୁ ବାହୁଡି ଥିଲେ । 55 ଦିନ ବନ୍ଧୁଙ୍କ ଘରେ ରହିବା ପରେ ସୁଧୀର ଏକ ପୁରୁଣା ମୋଟର ସାଇକେଲର ବ୍ୟବସ୍ଥା କରି 2 ଦିନରେ 1000 କିମି ବାଟ ଆସିଥିଲେ ।

ମେ 7 ତାରିଖ ରାତିରେ ସେ ଲକ୍ଷ୍ନୌରେ ପହଁଞ୍ଚିଲେ ସେଠାରେ ସେ ଜଣେ ବନ୍ଧୁଙ୍କ ଘରେ ରାତ୍ରିଯାପନ କରି ଫେରିବା କଥା ଚିନ୍ତା କରିଥିଲେ କିନ୍ତୁ ତାହା ହୋଇ ପାରିଲା ନାହଁ ।

‘‘ମୋ ବନ୍ଧୁଙ୍କ ପାଖ ପଡିସା, ମୁଁ ଦିଲ୍ଲୀରୁ ଆସିଛି କାଳେ କୋରୋନା ନେଇ ଆସିଥିବି ବୋଲି ସେଠାରେ ରହିବାକୁ ଦେଲେ ନାହିଁ,’’ ବୋଲି ସୁଧୀର କହିଛନ୍ତି ।

ନିଜ ଗାଁ ଦାମୋଦରପୁରକୁ 8 ମେ ରେ ପହଁଞ୍ଚିବା ପରେ ସେଠାରେ ମଧ୍ୟ ତାଙ୍କ ଗାଁ ଲେକ ତାଙ୍କୁ ପୂର୍ବ ଭଳି ସ୍ନେହ ଆଦର କଲେ ନାହିଁ । ‘‘ସମସ୍ତେ ଡରିଯାଇଥିଲେ ।’’

ସରପଞ୍ଚଙ୍କୁ ଲୋକେ ଅଭିଯୋଗ ହେବା ପରେ ସୁଧୀରଙ୍କର ପରୀକ୍ଷା କରାଯାଇଥିଲା । ତାଙ୍କର କୋରୋନା ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ସେ 21 ଦିନ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ।

ଫୋନ ଯୋଗେ କଥା ହେବାବେଳେ ଯେତେବେଳେ ସୁଧୀରଙ୍କୁ କୁହାଗଲା ଯେ କୋରୋନା ପରେ ଯେତେବେଳେ କ୍ରିକେଟ ଆରମ୍ଭ ହେବ ସେତେବେଳେ ବିନା ଦର୍ଶକରେ ଖାଲି ଷ୍ଟାଡିଅମରେ ମ୍ୟାଚ ଖେଳାହେବ । ଏହା ଶୁଣି ସେ କିଛି ସମୟ ଚୁପ ହୋଇଯାଇଥିଲେ ।

ତାପରେ ସେ କହିଥିଲେ, ‘‘ଯାହାହେଲେ ବି କ୍ରିକେଟ ଆରମ୍ଭ ହେଲେ ମୁଁ ନିଶ୍ଚିତ ଯିବି । ମତେ ସେମାନେ ମନା କରିବେ କିନ୍ତୁ ମୁଁ ଚେଷ୍ଟା କରିବି । ମୁଁ ସଚିନ ସାରଙ୍କୁ କହିବି ସେ ମୋ ପାଇଁ ବିସିସିଆଇ ଠାରୁ ଅନୁମତି ଆଣିଦେବେ ।’’

ସଚିନ ଅନେକ ଥର ସୁଧୀରଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରି ଦେଇଛନ୍ତି ।

‘‘ମୁଁ ଯେତେବେଳେ ଷ୍ଟାଡିଅମରେ ଥାଏ, ସେତେବେଳେ ମୁଁ ଚିୟର ଲିଡର । ମୁଁ ଶଙ୍ଖ ବଜାଏ ଆଉ ଲୋକେ ଉତ୍ସାହିତ ହୁଅନ୍ତି । ମୁଁ ଚିରର କଲେ ସେମାନେ ମୋ ସାଙ୍ଗା ଚିୟର କରନ୍ତି । ମତେ ଭିଆଇପି ଟିକେଟ ମିଳେ ମୁଁ କିନ୍ତୁ ବକ୍ସରେ ବସିବାକୁ ଭଲ ପାଏନି ଷ୍ଟାଣ୍ଡରେ ବସି ଦର୍ଶକଙ୍କ ବସିବା ଅଧିକ ପସନ୍ଦ କରେ ।’’

ସୁଧୀର ବୃଦ୍ଧ ମାତା ପିତା ଓ ବଡ ଭାଇଙ୍କ ପରିବାର ସହ ରହନ୍ତି । ‘‘ମୋ ପାଖରେ କୌଣସି ରୋଜଗାର ନାହିଁ । ବ୍ୟାଙ୍କ ବାଲାନ୍ସ ନାହିଁ । ମୋ ପାଇଁ ମ୍ୟାଚ ବେଳେ ଟିକେଟ ଠାରୁ ଆରମ୍ଭ କରି ସବୁ ବ୍ୟବସ୍ଥା ମୋ ସାଙ୍ଗମାନେ କରି ଦିଅନ୍ତି । ବେଳେବେଳେ କ୍ରିକେଟର ମାନେ ମଧ୍ୟ ।’’

ମହାମାରୀ ପରେ ଟିମ ଇଣ୍ଡିଆ ଯେତେବେଳେ ପ୍ରଥମ ମ୍ୟାଚ ଖେଳିବ ଶଙ୍ଖ ବଜାଇ କ୍ରିକେଟର ପ୍ରତ୍ୟାବର୍ତ୍ତନର ଘୋଷଣା କରିବେ ବୋଲି ସୁଧୀର ବିଶ୍ବାସ କରନ୍ତି । କିନ୍ତୁ ତାଙ୍କର ଭିନ୍ନ ଏକ ଚିନ୍ତା ରହିଛି ।

ସେ ପଚାରିଛନ୍ତି, ‘‘ଯଦି କେହି ଦର୍ଶକ ନଥିବେ, ଭିଡ ନଥିବେ ତେବେ ମୁଁ କଣ ଏକା ତିରଙ୍ଗା ଉଡାଇବି ?’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.