ETV Bharat / sports

କ୍ରିକେଟର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ

author img

By

Published : Dec 9, 2020, 8:45 AM IST

କ୍ରିକେଟର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ । 65 ବର୍ଷରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ
ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ । 65 ବର୍ଷରେ ବେନ ଷ୍ଟୋକ୍ସଙ୍କ ପିତା ଗେରାର୍ଡ 'ଗେଡ୍' ଷ୍ଟୋକ୍ସଙ୍କ ପରଲୋକ ହୋଇଛି । ପ୍ରାୟ ଏକ ବର୍ଷ ଧରି ସେ ବ୍ରେନ କ୍ୟାନସର ପୀଡିତ ହେବା ପରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ମଙ୍ଗଳବାର ଗେରାର୍ଡ 'ଗେଡ୍' ଷ୍ଟୋକ୍ସଙ୍କ ରଗବୀ ସଙ୍ଗଠନ ଟ୍ବିଟ୍‌ କରି ସୂଚନା ଦେଇଛି ।

କ୍ରିକେଟର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ
କ୍ରିକେଟର ବେନ ଷ୍ଟୋକ୍ସଙ୍କ ପିତାଙ୍କ ଦେହାନ୍ତ

ସେ ୱାର୍କିଂଟନ ସହର ପାଇଁ 1982-83 ମସିହାରେ ରଗବୀ ଖେଳିଥିଲେ । ପରେ ସେ ଏହି କ୍ଲବର କୋଚ୍‌ ଭାବେ 2003ରେ ନିଯୁକ୍ତି ପାଇଥିଲେ । ତେବେ ତାଙ୍କ ଦେହାନ୍ତଙ୍କୁ ନେଇ ରଗବୀ ସଙ୍ଗଠନ ଟ୍ବିଟ୍‌ କରି କହିଛି,‘ଏହା ଆମ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଖଃଦ ଖବର ଶୁଣିବା ପରେ ସମସ୍ତେ ମର୍ମାହତ ।’ ସେହିପରି ଏହି ଦୁଃଖଦ ସମୟରେ ବେନ ଷ୍ଟୋକ୍ସଙ୍କ ପରିବାର ସହିତ ଆମର ସମବେଦନା ରହିଛି ବୋଲି ଇସିବି(ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ) ପକ୍ଷରୁ ଟ୍ବିଟରେ କୁହାଯାଇଛି ।

ସୂଚନାଥାଉକି, ଷ୍ଟୋକ୍ସ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ସହିତ ଇଂଲଣ୍ଡର ଟେଷ୍ଟ ପାଇଁ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.