ETV Bharat / sports

ନେଗେଟିଭ କୋଭିଡ ରିପୋର୍ଟ ଥିଲେ ମିଳିବ ୱାଙ୍ଖଡେ ଷ୍ଟାଡିୟମରେ ଅନୁମତି

author img

By

Published : Apr 10, 2021, 10:45 PM IST

ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଦେଖିବାକୁ ଚାହୁଁଥିଲେ ଦେବାକୁ ପଡିବ କୋଭିଡ-19 ନେଗେଟିଭ ରିପୋର୍ଟ । ଅଧିକ ପଢନ୍ତୁ...

COVID negative report required to witness IPL games in Wankhede
ନେଗେଟିଭ କୋଭିଡ ରିପୋର୍ଟ ଥିଲେ ମିଳିବ ୱାଙ୍ଖେଡେ ଷ୍ଟାଡିୟମ ଅନୁମତି

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଦେଖିବାକୁ ଚାହୁଁଥିଲେ ଦେବାକୁ ପଡିବ କୋଭିଡ-19 ନେଗେଟିଭ ରିପୋର୍ଟ । ମୁମ୍ବାଇ କ୍ରିକେଟ ଆସୋସିଏସନ ଏହାର ଆପେକ୍ସ କାଉନସିଲ ସଦସ୍ୟଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଛି । RT-PCR ନେଗେଟିଭ ରିପୋର୍ଟ 48 ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ । ସମସ୍ତ ସଦସ୍ୟଙ୍କୁ ଏମସିଏ ସମ୍ପାଦକ ସଞ୍ଜୟ ନାଏକ ଚିଠି ଲେଖିଛନ୍ତି । ଏହି ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର 14 ସଂସ୍କରଣର 10ଟି ମ୍ୟାଚ ଖେଳାଯିବ ।

ଶନିବାର ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି ।

ପୂର୍ବରୁ ଷ୍ଟାଡିୟମର 10ଜଣ ଗ୍ରାଉଣ୍ଡ ଷ୍ଟାଫ ଓ କିଛି ଇଭେଣ୍ଟ ମ୍ୟାନେଜର ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇସାରିଛନ୍ତି ।

ମହାରାଷ୍ଟ୍ର କୋରୋନାଭାଇରସ ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ । ରାଜ୍ୟ ସରକାର କର୍ଫ୍ୟୁ ଓ ସପ୍ତାହନ୍ତା ଲକଡାଉନ ଜାରି କରିଛନ୍ତି ।

ମୁମ୍ବାଇ ସହରରେ ଶୁକ୍ରବାର ନୂଆ 9,200 ମାମଲା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.