ETV Bharat / sports

କ୍ରିକେଟ କୋଚଙ୍କୁ ଡିଜିଟାଲ କୋଚିଂ: ଶ୍ରୀଲଙ୍କା କ୍ରିକେଟର 'କୋଚ ଏଜୁକେସନ' ଆପ

author img

By

Published : Apr 19, 2020, 10:44 AM IST

ଦେଶର କ୍ରିକେଟ କୋଚଙ୍କୁ ଡିଜିଟାଲ କୋଚିଂ ପାଇଁ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ 'କୋଚ ଏଜୁକେସନ' ଆପ ଲଞ୍ଚ କରାଯାଇଛି ।

COVID-19: Sri Lanka Cricket launches 'Coach Education App'
କ୍ରିକେଟ କୋଚଙ୍କୁ ଡିଜିଟାଲ କୋଚିଂ: ଶ୍ରୀଲଙ୍କା କ୍ରିକେଟର 'କୋଚ ଏଜୁକେସନ' ଆପ

କଲମ୍ବୋ: ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ହୋଇଛି ସମଗ୍ର କ୍ରୀଡାଜଗତ । କ୍ରିକେଟରଙ୍କ ଠାରୁ ଆରମ୍ଭ କରି କୋଚ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁରକ୍ଷିତ ଘରେ ରହିବାକୁ କୁହାଯାଇଛି ।

ତେବେ ଘରେ ରହି ପରବର୍ତ୍ତୀ ପ୍ରସ୍ତୁତି ପାଇଁ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଏକ ଆପର ସାହାଯ୍ୟ ନିଆଯାଇଛି । ଏଥିରେ ଘରେ ରହି କୋଚମାନଙ୍କ ସହ ପରାମର୍ଶ ଓ ପ୍ରସ୍ତୁତି ଲକ୍ଷ୍ୟ ରହିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଅନ୍ତର୍ଗତ ସମସ୍ତ ସେଣ୍ଟର, କ୍ଳବ, ଜିଲ୍ଲା ଓ ବିଦ୍ୟାଳୟ ସ୍ତରରେ ରହିଥିବା କୋଚଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ଏଥିସହିତ ବେସରକାରୀ ଏକାଡେମୀ ମାନଙ୍କର କୋଚମାନେ ମଧ୍ୟ ଏହି ଆପର ବ୍ୟବହାର କରିବା ନେଇ ବ୍ୟବସ୍ଥା ରହିଛି । ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀଲଙ୍କା କ୍ରିକେଟର କୋଚ ଏଜୁକେସନର ମୁଖ୍ୟ ହେସହାନ ଡି ମେଲ । ପୂର୍ବରୁ କୋରୋନା ମୁକାବିଲା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ LKR 25ମିଲିୟନ ଆର୍ଥିକ ସହାୟତା ପ୍ରଦାନ କରିଛି । ଦେଶରେ ସମସ୍ତ ପ୍ରକାର ଘରୋଇ ଟୁର୍ଣ୍ଣାମେଣ୍ଟକୁ ବାତିଲ କରି ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.