ଦୁବାଇ: ବିଶ୍ବବ୍ୟାପୀ ମହାମାରୀ କୋରୋନା ଭାଇରସର ପ୍ରଭାବ କମ ହୋଇନାହିଁ । ଫଳରେ ସଂକ୍ରମଣ ଯୋଗୁଁ ଆଇସିସି ପକ୍ଷରୁ 2021 ମହିଳା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ସ୍ଥଗିତ ଘୋଷଣା କରାଯାଇଛି ।
ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଜୁଲାଇ 3ରୁ 19ହ ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଥିଲା । 2021ରେ ମହିଳା ଦିନିକିଆ ବିଶ୍ବକପ ନ୍ୟୁଜିଲାଣ୍ଡରେ ଖେଳାଯିବ । 2022- 19 ବର୍ଷରୁ କମ ବିଶ୍ବକପ ଯୋଗ୍ୟତା ମ୍ୟାଚ ସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ମ୍ୟାଚ ଗୁଡିକ ଡେନମାର୍କରେ ଜୁଲାଇ 24ରୁ 30 ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଥିଲା ।