ଡବଲିନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏକାଧିକ କ୍ରୀଡା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ଘୋଷଣା ହୋଇଛି । ଏହି କ୍ରମରେ ଆଉଦୁଇଟି କ୍ରିକେଟ ସିରିଜ ସ୍ଥଗିତ ଘୋଷଣା ହୋଇଛି ।
ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ଘରୋଇ ସିରିଜକୁ ସ୍ଥଗିତ ଘୋଷଣା କରିଛି ଆୟରଲାଣ୍ଡ । ତେବେ ଇଂଲଣ୍ଡ ବିପକ୍ଷ ସିରିଜ ନେଇ ଆୟରଲାଣ୍ଡ କ୍ରିକେଟ ବୋର୍ଡ କୌଣସି ନିଷ୍ପତି କରିନାହିଁ ।
ପାକିସ୍ତାନ ବିପକ୍ଷରେ ଆୟରଲାଣ୍ଡ ଟି-20 ସିରିଜ ଖେଳାବାର ସୂଚୀ ରହିଥିଲା । ଇଂଲଣ୍ଡ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନେଇ ସୂଚୀ ରହିଛି ।