ETV Bharat / sports

ଆଇପିଏଲକୁ କୋରୋନା ଭୟ, ମାଡ୍ରାସ ହାଇକୋର୍ଟରେ ମାମଲା ଦାଏର - Plea at Madras High Court

କୋରୋନା ଭାଇରସ୍ ଭୟରେ ଆସନ୍ତା ମାର୍ଚ୍ଚ 29ରୁ ମେ 24 ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ ସଂସ୍କରଣକୁ ବାତିଲ କରିବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି ।

coronavirus-plea-at-madras-high-court-karnataka-govt-seek-postponement-of-ipl-2020
ଆଇପିଏଲକୁ କୋରୋନା ଭୟ, ମାଡ୍ରାସ ହାଇକୋର୍ଟରେ ମାମଲା ଦାୟର
author img

By

Published : Mar 11, 2020, 5:21 PM IST

ହାଇଦ୍ରାବାଦ: ବନ୍ଦ ରହିବ କି ଆଇପିଏଲର 13ତମ ସଂସ୍କରଣ? ସାରା ବିଶ୍ବ ପରେ ଇଣ୍ଡିଆନ ପ୍ରିମିୟର ଲିଗରେ ପଡିଲା କି କୋରୋନାର ପ୍ରଭାବ ? ତେବେ କୋରୋନା ଭାଇରସ୍ ଭୟରେ ଆସନ୍ତା ମାର୍ଚ୍ଚ 29ରୁ ମେ 24 ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗର ସଂସ୍କରଣକୁ ବାତିଲ କରିବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି ।

coronavirus-plea-at-madras-high-court-karnataka-govt-seek-postponement-of-ipl-2020
ଆଇପିଏଲ

ତେବେ ଆଡଭୋକେଟ୍ ଜି ଆଲେକ୍ସ ବେଞ୍ଜିଗରଙ୍କ ଦ୍ବାରା ଏହି ପିଟିସନ ଦାଖଲ ହୋଇଛି । ମାର୍ଚ୍ଚ 12ରେ ଜଷ୍ଟିସ୍ ଏମ୍ ସୁନ୍ଦରେଶ ଏବଂ କ୍ରିଷ୍ଣନ ରାମସ୍ୱାମୀଙ୍କୁ ନେଇ ଗଠିତ ବେଞ୍ଚ ଏହାର ଶୁଣାଣି କରିବାର ସମ୍ଭାବନା ରହିଛି । ଆବେଦନକାରୀ କହିଛନ୍ତି ଯେ, ‘‘ଆଜି ସୁଦ୍ଧା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୱେବସାଇଟ୍ ଅନୁଯାୟୀ ଏହି ମାରାତ୍ମକ ଭାଇରସର ଚିକିତ୍ସା ପାଇଁ କିମ୍ବା ଏହାର ପ୍ରତିକାର ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ପାରିନାହିଁ । ’’ ତେବେ ଉଲ୍ଲେକଥାଉ କି, ମାର୍ଚ୍ଚ 31 ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପ୍ରଥମ ଘରୋଇ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଆରସିବି ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୋଟ ସାତୋଟି ଘରୋଇ ମ୍ୟାଚ୍ ଖେଳିବାକୁ ଯାଉଛି ।

ସେପଟେ ମଙ୍ଗଳବାର କର୍ଣ୍ଣାଟକ ସରକାର ବେଙ୍ଗାଲୁରୁରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ପାଇଁ କେନ୍ଦ୍ରର ଆଭିମୁଖ୍ୟ ଲୋଡିଛନ୍ତି । କର୍ଣ୍ଣାଟକରେ କୋରୋନା ଭାଇରସ୍ ପାଇଁ ଏପର୍ଯ୍ୟନ୍ତ 4ଜଣଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଛି । ଅନ୍ୟପଟେ କର୍ଣ୍ଣାଟକର ଡାକ୍ତରୀ ଶିକ୍ଷା ମନ୍ତ୍ରୀ କେ ସୁଧାକର କହିଛନ୍ତି, ‘‘ମୁଁ କେନ୍ଦ୍ରକୁ ଚିଠି ଲେଖିଛି ଯେ କର୍ଣ୍ଣାଟକରେ ଆଇପିଏଲ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ମହାରାଷ୍ଟ୍ର ମଧ୍ୟ ଆମ ନିଷ୍ପତ୍ତି ସହ ସହମତ ଅଛି । ତେବେ ମ୍ୟାଚ ସମୟରେ କୋରୋନା ଭାଇରସର ପ୍ରତିକାର ପାଇଁ ଆମେ କେନ୍ଦ୍ର ସହାୟତା ଲୋଡିଛୁ ।’’

ତେବେ ଆଇପିଏଲକୁ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ କରିବା ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରସଙ୍ଗରେ ଜିଦ୍ ଧରିଛନ୍ତି । ସେ କହିଛନ୍ତି ଯେ, ଦ୍ରୁତ ଭାବେ ବ୍ୟାପୁ ଥିବା ଏହି ଭାଇରସକୁ ମୁକାବିଲା କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଯାହା ଦ୍ବାରା କ୍ରୀଡ଼ା କ୍ୟାଲେଣ୍ଡର ଉପରେ କୌଣସି ବିପଦ ଯେମିତି ସୃଷ୍ଟି ନହେବ । ଗାଙ୍ଗୁଲି କହିଛନ୍ତି, “ଆଇପିଏଲର ପ୍ରସ୍ତୁତି ଜୋରଦାର । ବିଶ୍ବର ସମସ୍ତ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଚାଲିଛି | ଇଂଲଣ୍ଡ ଶ୍ରୀଲଙ୍କା ଗସ୍ତରେ ଅଛି । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ଗସ୍ତରେ ରହିଛି । ତେଣୁ ଆଇପିଏଲ ପାଇଁ ଭାରତକୁ ବିଦେଶୀ ଖେଳାଳି ଆଗମନରେ କୌଣସି ସମସ୍ୟା ନାହିଁ |’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.