ETV Bharat / sports

କୋରୋନା ମୁକାବିଲା: ସାହାଯ୍ୟର ହାତ ବଢାଇଲେ ବିରାଟ-ଅନୁଷ୍କା - Anushka Sharma

କୋରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ମିଳିତ ଭାବେ ଅର୍ଥ ରାଶି ଦାନ କରିଛନ୍ତି । ଅଧିକ ପଢନ୍ତୁ...

combating-corona-virat-kohli-anushka-sharma-pledge-support-to-fight-covid-19-pandemic
କୋରୋନା ମୁକାବିଲା: ସାହାଯ୍ୟର ହାତ ବଢାଇଲେ ବିରାଟ-ଅନୁଷ୍କା
author img

By

Published : Mar 30, 2020, 8:03 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ମିଳିତ ଭାବେ ଅର୍ଥ ରାଶି ଦାନ କରିଛନ୍ତି । ତେବେ ଏହି ଅର୍ଥ ରାଶିର ପରିମାଣ କେତେ ତାହା ସେମାନେ ସ୍ପଷ୍ଟ କରି ନାହାନ୍ତି ।

combating-corona-virat-kohli-anushka-sharma-pledge-support-to-fight-covid-19-pandemic
ବିରାଟଙ୍କ ଫେସବୁକ ପୋଷ୍ଟ

ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି କୋହଲି । ସେ କହିଛନ୍ତି, "ଅନୁଷ୍କା ଏବଂ ମୁଁ ପିଏମ କେୟାର ପାଣ୍ଠି ଓ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପ୍ରତି ଆମର ସମର୍ଥନ ପ୍ରତିଶ୍ରୁତି ଦେଉଛୁ । ତେବେ ଏହି ମହାମାରୀରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦେଖିଲା ପରେ ଆମ ହୃଦୟ ଭାଙ୍ଗି ଯାଉଛି । ଏବଂ ଆମେ ଆଶା କରୁଛୁ ଯେ ଆମର ଅବଦାନ କୌଣସି ପ୍ରକାରେ ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିବ । ’’ସେହିପରି କୋହଲି ଭିଡିଓ ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ସାମାଜିକ ଦୂରତା ରକିବାକୁ କ୍ରମାଗତ ଭାବରେ ଅନୁରୋଧ କରି ଆସୁଛନ୍ତି ।

  • Anushka and I are pledging our support towards PM-CARES Fund & the Chief Minister's Relief Fund (Maharashtra). Our hearts are breaking looking at the suffering of so many & we hope our contribution, in some way, helps easing the pain of our fellow citizens #IndiaFightsCorona

    — Virat Kohli (@imVkohli) March 30, 2020 " class="align-text-top noRightClick twitterSection" data=" ">

ସୂଚନାଥାଉ କି, ଗତ ସପ୍ତାହରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର 50 ଲକ୍ଷ ଟଙ୍କା ଦେଇଥିବା ବେଳେ ପୂର୍ବତନ କ୍ରିକେଟର ସୁରେଶ ରାଇନା 52 ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ମହାମାରୀର ମୁକାବିଲା ପାଇଁ ଆର୍ଥିକ ସହାୟତା ଯୋଗାଇ ଥିବା ଅନ୍ୟତମନ ଖେଳାଳି ହେଲ ସର୍ଟଲର ପିଭି ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ, ସ୍ପ୍ରିଣ୍ଟର୍ ହିମା ଦାସ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସେହିପରି ପିଏମ ରିଲିଫ ପାଣ୍ଠିରେ ବିସିସିଆଇ 51 କୋଟି ଟଙ୍କା ଯୋଗଦାନ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.