ETV Bharat / sports

‘ବହୁତ ତୀର ରହିଛି, ସମୟ ସୁବିଧା ଦେଖି ମରାଯିବ’

4ର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଉପରୁ ପରଦା ହଟାଇଛନ୍ତି ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ । ଦଳରେ 4ନଂ ସ୍ଥାନରେ ବ୍ୟାଟିଂ କରିବାକୁ ବହୁ ଦକ୍ଷ ଖେଳାଳି ଅଛନ୍ତି ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 14, 2019, 8:39 PM IST

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖେଳାଳି, ଟିମ ମ୍ୟାନେଜମେଣ୍ଟ ସମସ୍ତଙ୍କ ନଜର ବିଶ୍ବକପର ଉପରେ । ଏପଟେ ଚୟନ ହୋଇଥିବା 15 ଜଣିଆ ଭାରତୀୟ ଖେଳାଳିଙ୍କୁ ନେଇ ସମସ୍ତେ ସନ୍ତୋଷ ପ୍ରକାଶ କରିଛନ୍ତି । ବିରାଟ ମଧ୍ୟ ନିଜର ଖୁସି ଜାହିର କରିସାରିଛନ୍ତି ।

india
ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ପୂର୍ବଖେଳାଳିଙ୍କ ମତରେ ବିଶ୍ବକପ ବିଜୟୀ ହେବା ପାଇଁ ଦଳର କ୍ଷମତା ରହିଛି । ଭାରତ ବିଶ୍ବକପର ଅନ୍ୟତମ ଦାବିଦାର । କିନ୍ତୁ 4ର୍ଥ ସ୍ଥାନରେ କିଏ ବ୍ୟାଟିଂ କରିବ ଏବେ ବି ତାର ଉତ୍ତର ମିଳିନାହିଁ । ତେବେ ଦଳର ପ୍ରଶିକ୍ଷକ 4 ନମ୍ବର ସ୍ଥାନକୁ ନେଇ ବଡ ବୟାନ ଦେଇଛନ୍ତି । ଦଳରେ 4ନଂ ସ୍ଥାନରେ ବ୍ୟାଟିଂ କରିବାକୁ ବହୁ ଦକ୍ଷ ଖେଳାଳି ରହିଛନ୍ତି । ମଧ୍ୟକ୍ରମ ପାଇଁ 4ନଂ ସ୍ଥାନ ଗୁରୁତ୍ବପୂର୍ଣ୍ଣ ଥିବାରୁ କୌଣସି ଜଣେ ଖେଳାଳିଙ୍କୁ ଚୟନ କରାଯାଇନାହିଁ । ମ୍ୟାଚର ପରିସ୍ଥିତି ଅନୁଯାୟୀ 4ନଂରେ କିଏ ବ୍ୟାଟିଂ କରିବ ତାହା ସ୍ଥିର କରାଯିବ । ଯାହାକି ଚିନ୍ତାର କାରଣ ଆଦୌ ନୁହେଁ । ଆମ ପାଖରେ ବହୁତ ‘ତୀର’ ରହିଛି । ସମୟ ସୁବିଧା ଦେଖି ମରାଯିବ।

ଏହାସହ କେଦାର ଯାଦବଙ୍କ ଆଘାତ ସମସ୍ୟା ନେଇ ମତ ରଖିଛନ୍ତି ଶାସ୍ତ୍ରୀ । ସେ କହିଛନ୍ତି ଚିନ୍ତା କରିବାର କୌଣସି କାରଣ ନାହିଁ । ମେ 22ରେ ଭାରତ ବିଶ୍ବକପ ପାଇଁ ଇଂଲଣ୍ଡ ଯାତ୍ରା କରିବ । ତା ପୂର୍ବରୁ କେଦାର ଠିକ ହୋଇଯାଇଥିବେ ବୋଲି ଅନୁମାନ କରାଯାଉଛି । ତାଙ୍କର ଆଘାତ ଏତେଟା ଗମ୍ଭୀର ନୁହେଁ । ପୂର୍ବରୁ କୌଣସି ରଣନୀତି ତିଆରି କରାଯାଉନାହିଁ । ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ଉପରେ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.