ETV Bharat / sports

ଗ୍ଲୋବାଲ୍ ଟି-20ରେ ଗେଲ୍‌ଙ୍କ ଧମାଲ

ଭାନ୍‌କୋଭର ନାଇଟ୍ସ ପକ୍ଷରୁ ଖେଳୁଥିବା ଗେଲ୍ ମଣ୍ଟ୍ରେଲ୍ ଟାଇଗର୍ସ ବିପକ୍ଷ ମ୍ୟାଚରେ ମାତ୍ର 54 ବଲରେ 122ରନର ବିସ୍ଫୋରକ ପାଳି ଖେଳିଛନ୍ତି ।

author img

By

Published : Jul 31, 2019, 8:21 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: କାନାଡାର ଗ୍ଲୋବାଲ୍ ଟି-20ରେ ଗେଲ୍‌ଙ୍କ ଧମାଲ କରିଛନ୍ତି ୟୁନିଭର୍ସାଲ୍ ବସ୍ କ୍ରିସ୍ ଗେଲ୍ । ଭାନ୍‌କୋଭର ନାଇଟ୍ସ ପକ୍ଷରୁ ଖେଳୁଥିବା ଗେଲ୍ ମଣ୍ଟ୍ରେଲ୍ ଟାଇଗର୍ସ ବିପକ୍ଷ ମ୍ୟାଚରେ ମାତ୍ର 54 ବଲରେ 122ରନର ବିସ୍ଫୋରକ ପାଳି ଖେଳିଛନ୍ତି । ଏହି ପାଳିରେ ସାମିଲ ଅଛି ଗେଲଙ୍କର 12ଟି ଛକା ଓ 7 ଚୌକା । ମାତ୍ର ତାଙ୍କ ଏହି ବିସ୍ଫୋରକ ପାଳି ସତ୍ତ୍ବେ ତାଙ୍କ ଦଳ ବିଜୟ ପାଇ ପାରି ନାହିଁ ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ପ୍ରଥମେ ବ୍ୟାଟିଂ କରି ଭାନ୍‌କୋଭର ନାଇଟ୍ସ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 276 ରନ୍ କରିଥିଲା । ମାତ୍ର ଖରାପ ପାଗ ପାଇଁ ବିପକ୍ଷ ମଣ୍ଟ୍ରେଲ୍ ଟାଇଗର୍ସ ବ୍ୟାଟିଂ କରି ପାରିନଥିଲା । ଫଳରେ ମ୍ୟାଚ ବାତିଲ ହେବାରୁ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରାଗଲା ।

ଗେଲଙ୍କ ବ୍ୟତୀତ ଭାନ୍ ଡର୍ ଡୁସେନ୍ 25 ବଲରେ 56 ରନର ଇନିଂସ୍ ଖେଳିଥିଲେ । ସେହିପରି ଟୋବିଆସ୍ ଭିସେ 19 ବଲରେ 11 ଚୌକା ଓ 1 ଛକା ସହ 51 ରନ୍ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.