ETV Bharat / sports

ଆଇପିଏଲ-12: 4ର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ସିଏସକେ - ipl

ଶୁକ୍ରବାର ଘରୋଇ ଗ୍ରାଉଣ୍ଡରେ ପଞ୍ଜାବକୁ 138ରନରେ ରୋକି ଚଳିତ ସିଜିନରେ 4ର୍ଥ ବିଜୟ ହାସଲ କରିଛି ସିଏସକେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର
author img

By

Published : Apr 7, 2019, 9:16 AM IST

ଚେନ୍ନାଇ: ପୁଣିଥରେ ନିଜର ୱିନିଙ୍ଗ ଟ୍ରାକକୁ ଫେରିଛି ଆଇପିଏଲର ମେନ ଇନ ୟେଲୋ ଦଳ । ଶୁକ୍ରବାର ଘରୋଇ ଗ୍ରାଉଣ୍ଡରେ ପଞ୍ଜାବକୁ 138ରନରେ ରୋକି ଚଳିତ ସିଜିନରେ 4ର୍ଥ ବିଜୟ ହାସଲ କରିଛି ସିଏସକେ । ମଙ୍କଡଙ୍କୁ ନେଇ ଚର୍ଚ୍ଚାରେ ଥିବା ପଞ୍ଜାବକୁ 22ରନରେ ହରାଇଛି ଥାଲାଙ୍କ ଦଳ । ଆଉ ଧୋନିଙ୍କ ପୁଣି ଏହି ଗୃହ ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ଦଳର ଫ୍ରଣ୍ଟଲାଇନ ସ୍ପିନର ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଘରୋଇ ଦଳ । ଓପନିଂ ଯୋଡିର ଦମଦାର ଆରମ୍ଭ ପରେ ପଞ୍ଜାବ ଆଗରେ ୧୬୧ରନର ବିଜୟ ଲକ୍ଷ୍ୟ ଠିଆ କରିଥିଲା ସିଏସକେ । ସ୍କୋରକୁ ପଶ୍ଚାତଧାବନ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୮ ରନ ହିଁ କରିପାରିଥିଲା । ବିଜୟ ଦ୍ବାରରୁ 22ରନ ପଛରେ ରହି ଚଳିତ ସିଜିନରେ 2ଟି ପରାଜୟର ସାମ୍ନା କରିଛି ଡିମ୍ପଲ କୁଇନଙ୍କ ଦଳ ।

ଡୁପ୍ଲେସିସଙ୍କ ଅର୍ଦ୍ଧଶତକ(୩୮ ବଲରେ ୫୪ ରନ,୨ ଚୌକା ଓ ୪ ଛକା) ଓ ଧୋନିଙ୍କ ୨୩ ବଲରେ ୩୭ ରନ ଭଳି ଦମଦାର ପାଳି ସାମିଲ ଥିଲା ସିଏସକେର ସ୍କୋର କାର୍ଡରେ । ନିର୍ଦ୍ଧାରିତ ୨୦ ଓଭରରେ ମୂଲ୍ୟବାନ ତିନୋଟି ୱିକେଟ ହରାଇ ଘରୋଇ ଦଳ ସଂଗ୍ରହ କରିଥିଲା ୧୬୦ ରନ । ପଞ୍ଜାବ ପକ୍ଷରୁ ଅଧିନାୟକ ଆର୍ ଅଶ୍ୱିନ ଉକ୍ତ 3ଟି ୱିକେଟ ନେଇଥିଲେ ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର

ପଞ୍ଜାବ ପାଳି ଆରମ୍ଭ ହେବା ଆଗରୁ ଦଳର ଫ୍ରଣ୍ଟ ଗିଅର ଭାଙ୍ଗିଗଲା । ସ୍କୋର ମାତ୍ର ୭ ରନ ଥିବା ବେଳେ ତାର ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ୱିକେଟ ହରାଇଥିଲା । ପରେ ପରେ ଦଳ ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇ ବ୍ୟାକଫୁଟକୁ ଚାଲିଯାଇଥିଲା । ସେହିପରି ଲୋକେଶ ରାହୁଲ ଓ ଶର୍ଫରାଜ ଖାନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ବି ଦଳକୁ ବିଜୟ ଦେଇ ପାରିନଥିଲେ । ଲୋକେଶ ରାହୁଲ ୪୭ ବଲରୁ ୫୫ ରନ କରି ଆଉଟ ହୋଇଥିବା ବେଳେ ସରଫରାଜ ୫୯ଟି ବଲରୁ ୬୭ ରନ କରିଥିଲେ ।

ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ହରଭଜନ ସିଂହ ୨ ୱିକେଟ ଓ ସ୍କଟ କୁଗେଲେନ ୨ ୱିକେଟ ଦୁଇଟି ଲେଖାଏଁ ଓ ଦୀପକ ଚହର ଗୋଟିଏ ୱିକେଟ ନେଇଥିଲେ ।

Intro:Body:

zdvzdv

Conclusion:

For All Latest Updates

TAGGED:

cskiplkxip
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.