ETV Bharat / sports

ଧୱନଙ୍କ ବିନା ସଫଳ ହେବ ତ ଟିମ ଇଣ୍ଡିଆ ?

ଆହତ ହେବା ପରେ ବିଶ୍ବକପରୁ ବାଦ ପଡିଛନ୍ତି ଟିମ ଇଣ୍ଡିଆ ଓପନର ଶିଖର ଧୱନ । ତାଙ୍କ ସ୍ଥାନରେ ଖେଳିବେ 22 ବର୍ଷୀୟ ଋଷଭ ପନ୍ତ । କିନ୍ତୁ ଗବ୍ବରଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ କେତେ ସଫଳ ହେବ ତାକୁ ନେଇ ଆଶା ଓ ଆଶଙ୍କା ।

author img

By

Published : Jun 19, 2019, 11:03 PM IST

Updated : Jun 19, 2019, 11:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@SDhawan25

ନୂଆଦିଲ୍ଲୀ: ଆହତ ସମସ୍ୟା ଲାଗି ବିଶ୍ବକପରୁ ବାଦ ପଡିଛନ୍ତି ଟିମ ଇଣ୍ଡିଆ ଓପନର ଶିଖର ଧୱନ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୱନଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ଆଘାତ ଲାଗିଥିଲା । ତେବେ ତିନି ସପ୍ତାହ ଆରାମ ପରେ ଟିମ ଇଣ୍ଡିଆର ଗବ୍ବର ଟିମକୁ ଫେରିବା ନେଇ ଆଶା କରାଯାଉଥିଲା । କିନ୍ତୁ ଧୱନଙ୍କ ଆଘାତରେ ଉନ୍ନତି ନହେବା ଆଶଙ୍କା କରି ତାଙ୍କୁ ବିଶ୍ବକପରୁ ବାଦ ଦିଆଯାଇଛି ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ଧୱନଙ୍କ ରେକର୍ଡ ପୂରା ନିଆରା । ଧୱନଙ୍କ ବିନା କେତେ ସଫଳ ହେବ ଟିମ ଇଣ୍ଡିଆ ତାକୁ ନେଇ ଏବେ ଆଶା ଓ ଆଶଙ୍କା । କାରଣ ଗତ 5ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶିଖରଙ୍କ ପ୍ରଦର୍ଶନ ରହିଛି ସର୍ବଶ୍ରେଷ୍ଠ ।

2013 ଚାମ୍ପିୟନ୍ସ ଟ୍ରଫିରେ ଶିଖର କରିଥିଲେ ଶ୍ରେଷ୍ଠ ପ୍ରଦର୍ଶନ । ଏହି ଟୁର୍ଣ୍ଣାମେଣ୍ଟକୁ ଆଜି ବି ଫ୍ୟାନ୍ସ ଧୱନଙ୍କ ଟୁର୍ଣ୍ଣାମେଣ୍ଟ ଭାବେ ମନେ ରଖିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସେ ଦୁଇଟି କ୍ରମାଗତ ଶତକ ସହ 363 ରନ କରିଥିଲେ । ଏସିଆ କପ 2014ରେ ମଧ୍ୟ ଶିଖର ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଛନ୍ତି । ବିଶ୍ୱକପ 2015ରେ ମଧ୍ୟ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ଶିଖର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହାପରେ ଆଉ ଅଟକି ନାହାଁନ୍ତି ଟିମ ଇଣ୍ଡିଆର ଗବ୍ବର । 2017 ଚାମ୍ପିୟନ୍ସ ଟ୍ରଫି ହେଉ କିମ୍ବା 2018 ଏସିଆ କପ ସବୁଥିରେ ସେ ଛାଡିଛନ୍ତି ନିଜର ଛାପ ।

ଏହି ସବୁ ରେକର୍ଡ ପରେ ଧୱନଙ୍କ ଅନୁପସ୍ଥିତି ଭାରତୀୟ ଟିମରେ ପ୍ରଭାବ ପକାଇବ ନା ନାହିଁ ତାହା ତ ସମୟ କହିବ । କିନ୍ତୁ ଧୱନ ବାଦ ପଡିବା ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 19, 2019, 11:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.