ETV Bharat / sports

‘ସ୍କୁଲ ନଯାଇ ଦେଖିଥିଲି ଶାରଜାହରେ ସଚିନଙ୍କ ବ୍ୟାଟିଂ’

author img

By

Published : Jun 1, 2020, 9:56 PM IST

ପିଲାଦିନ ମନେ ପକାଇଲେ ସୁରେଶ ରାଇନା । କହିଲେ ଶରଜାହରେ ସଚିନଙ୍କ ବ୍ୟାଟିଂ ଦେଖିବା ପାଇଁ ସ୍କୁଲ ବଙ୍କ କରିଥିଲି । ଅଧିକ ପଢ଼ନ୍ତୁ...

Bunked School, watch Tendulkar bat in Sharjah,  Suresh Raina, Sachin Tendulkar,  ଶାରଜାହରେ ସଚିନଙ୍କ ବ୍ୟାଟିଂ, ସୁରେଶ ରାଇନା
‘ସ୍କୁଲ ନଯାଇ ଦେଖିଥିଲି ଶାରଜାହରେ ସଚିନଙ୍କ ବ୍ୟାଟିଂ’

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମନେପକାଇଛନ୍ତି ନିଜ ପିଲାଦିନକୁ ଯେତେବେଳେ ସେ ବି ଅନ୍ୟମାନଙ୍କ ପରି ସଚିନ ତେନ୍ଦୁଲକରଙ୍କ ବ୍ୟାଟିଂ ଦେଖି ବିସ୍ମିତ ହୋଇଯାଉଥିଲେ । 1998ରେ, ତେନ୍ଦୁଲକର ନଅଟି ଏକଦିବସୀୟ ଶତକ ହାସଲ କରିବା ବେଳକୁ ରାଇନା ନିଜ କିଶୋରାବସ୍ଥାରେ ବି ପହଁଞ୍ଚି ନଥିଲେ । ତେବେ ସେତେବେଳର କଥାକୁ ମନେ ପକାଇ ରାଇନା କହିଛନ୍ତି ଯ କିପରି ସେ ଏବଂ ତାଙ୍କ ସାଙ୍ଗ ମାନେ ସଚିନଙ୍କୁ ବ୍ୟାଟିଂ କରୁଥିବା ଦେଖିବା ପାଇଁ ଅନେକ ଅସୁବିଧାର ସାମ୍ନା କରିଥିଲେ । ଯେତେବେଳେ ତେନ୍ଦୁଲକର ଶାରଜାହରେ ଅଷ୍ଟ୍ରେଲିଆ ବିପକ୍ଷରେ ସେହି ସ୍ମରଣୀୟ ବ୍ୟାକ-ଟୁ-ବ୍ୟାକ ଶତକ ସ୍କୋର କରିଥିଲେ, ସେହି ମ୍ୟାଚରେ ନିଜ ପ୍ରିୟ କ୍ରିକେଟରଙ୍କୁ ଦେଖିବା ପାଇଁ ରାଇନା ସ୍କୁଲ ଯାଇନଥିଲେ ।

ରାଇନା ଏକ ସାକ୍ଷାତକାରରେ କହିଛନ୍ତି, “ଆମ ଘରେ ଟିଭି ଥିଲା, ତାହା ଗୋଟିଏ ଅପ୍ଟ୍ରନ ଥିଲା, କିନ୍ତୁ ଏଥିରେ କେବଳ ଦୂରଦର୍ଶନ ହିଁ ଥିଲା। ଆମେ ବିଦ୍ୟାଳୟର ଶେଷ ଦୁଇଟି ପିରିୟଡ ବଙ୍କ କରୁଥିଲୁ କାରଣ ଶାରଜାହ ଠାରେ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ସଚିନ ପାଜି ସେତେବେଳେ ଓପନିଂ କରୁଥିଲେ । ଆମେ କେବଳ ସଚିନ ପାଜିଙ୍କ ବ୍ୟାଟିଂ କିମ୍ବା ଦ୍ରାବିଡ ଭାଇଙ୍କ ବ୍ୟାଟିଂ ଦେଖୁଥିଲୁ । କିନ୍ତୁ ଥରେ ସଚିନ ଆଉଟ ହୋଇଗଲେ ଆଉ ଦେଖୁ ନଥିଲୁ ।”

ଦୁଇଟି ଶତକ ମଧ୍ୟରୁ ପ୍ରଥମଟି ଯାହା କି ‘ଡେସର୍ଟ ଷ୍ଟର୍ମ’ ଭାବରେ ଜଣାଶୁଣା, ସଚିନ 143 ରନ ସ୍କୋର କରିଥିଲେ । ଯଦିଓ ଏହା ଭାରତକୁ ମ୍ୟାଚ ଜିତାଇ ପାରି ନଥିଲା, ସଚିନଙ୍କ ଇନିଂସ ଯୋଗୁଁ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଯେତେବେଳେ ଉଭୟ ଟିମ ପୁଣି ମୁହାଁମୁହିଁ ହୋଇଥିଲେ ସଚିନ ନିଜ ବ୍ୟାଟିଂରେ ପୁଣି ଝଡ ସୃଷ୍ଟି କରି 134 ବଲରୁ 143 ରନ କରି ଭାରତକୁ କୋକୋକୋଲା କପ ଜିତାଇବାରେ ସହାୟକ ହୋଇଥିଲେ ।

“ଆମେ ଛୋଟ ପିଲା ଥିଲୁ। ମୁଁ ସେତେବେଳେ ମାତ୍ର 12 ବର୍ଷର ଥିଲି, ସପ୍ତମ ଶ୍ରେଣୀରେ ପଢ଼ୁଥିଲି । ସଚିନ ତେନ୍ଦୁଲକର ଏକ ବଡ ନାମ ଥିଲା,’’ ବୋଲି 2011ରେ ଭାରତ ବିଶ୍ବକପ ଜିତିବା ବେଳେ ​​ତେନ୍ଦୁଲକରଙ୍କ ଟିମମେଟ ଥିବା ରାଇନା କହିଛନ୍ତି।

“ପାଜି (ତେନ୍ଦୁଲକର) କ୍ରମାଗତ ଦୁଇଟି ଶତକ ହାସଲ କରି ମାଇକେଲ କାସପ୍ରୋୱିକ୍‌ଜଙ୍କୁ ବଡ ବଡ ଛକା ମାରିଥିଲେ । ଏହା ଉପରେ, ଟୋନି ଗ୍ରିଗଙ୍କ କମେଣ୍ଟ୍ରି, ଯିହାଙ୍କର ମଧ୍ୟ ବଡ ନାମ ଥିଲା । ପାଜି ଯେଉଁ ଫର୍ମରେ ଥିଲେ ଏବଂ ଏ ପ୍ରକାର କମେଣ୍ଟ୍ରି, ଯଦିଓ ଆମର ଇଂରାଜୀ ସେତେବେଳେ ଭଲ ନଥିଲା, ତାଙ୍କ କମେଣ୍ଟ୍ରିରେ ସୃଷ୍ଟି ହେଉଥିବା ଉତ୍ସାହ ଭିନ୍ନ ଏକ ମଜା ଦେଇଥିଲା ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.