ETV Bharat / sports

ବଲ୍ ଚମକାଇବାକୁ ହେଉ ବିକଳ୍ପ ବ୍ୟବସ୍ଥା: ଜଶପ୍ରୀତ ବୁମରା - ଜଶପ୍ରୀତ ବୁମରା

ବଲ ଚମକାଇବା ପାଇଁ ଛେପ କିମ୍ବା ଲାଳର ବ୍ୟବହାର ଉପରେ ଲାଗିଛି ପ୍ରତିବନ୍ଧକ। ତେବେ ଟିମ ଇଣ୍ଡିଆ ସ୍ପିଡଷ୍ଟାର ଜଶପ୍ରୀତ ବୁମରା, ଏହାର ବିକଳ୍ପ ଆବଶ୍ୟକ ବୋଲି କହିଛନ୍ତି ।

Bumrah wants an 'alternative' to saliva for ball-shining when cricket resumes
ବଲ୍ ଚମକାଇବାକୁ ହେଉ ବିକଳ୍ପ ବ୍ୟବସ୍ଥା: ଜଶପ୍ରୀତ ବୁମରା
author img

By

Published : Jun 1, 2020, 12:28 PM IST

ଲଣ୍ଡନ: ବଲ ଚମକାଇବା ପାଇଁ ଛେପ କିମ୍ବା ଲାଳର ବ୍ୟବହାର ଉପରେ ଲାଗିଛି ପ୍ରତିବନ୍ଧକ। ତେବେ ଟିମ ଇଣ୍ଡିଆ ସ୍ପିଡଷ୍ଟାର ଜଶପ୍ରୀତ ବୁମରା, ଏହାର ବିକଳ୍ପ ଆବଶ୍ୟକ ବୋଲି କହିଛନ୍ତି ।

ଇଆନ ବିଶୋପ ଓ ସନ ପଲକଙ୍କ ସହ ଆଇସିସି ଭିଡିଓ ସିରିଜ ଇନସାଇଡ ଆଉଟ ଇଣ୍ଟରଭିୟୁରେ ଏପରି କହିଛନ୍ତି ବୁମରା । କ୍ରିକେଟ ଆରମ୍ଭ ପରେ ମ୍ୟାଚରେ ପରସ୍ପର ସହ ହାତ ମିଳାଇ ଖୁସି ନ ମନାଇବାରେ କିଛି ଅସୁବିଧା ନାହିଁ । ମାତ୍ର ବଲ ଚମକାଇବା ପାଇଁ ଅସୁବିଧାର ସାମ୍ନା କରିପାରନ୍ତି ବୋଲି ବୁମରା କହିଛନ୍ତି । ସେଥିପାଇଁ ଅନ୍ୟ ବିକଳ୍ପ ରହିବା ଆବଶ୍ୟକ ବୋଲି ମତ ରଖିଛନ୍ତି ।

ଛେପ ଓ ଲାଳ ଦ୍ବାରା ସଂକ୍ରମଣର ଭୟ ଥିବାରୁ ଲକଡାଉନ ପରବର୍ତ୍ତି କ୍ରିକେଟରେ ଏହି ନିୟମ ଲାଗୁ ପାଇଁ ଚିନ୍ତା କରାଯାଇଛି । ଆଇସିସି କ୍ରିକେଟ କମିଟି ବୋର୍ଡ ନିକଟରେ ଏନେଇ ପ୍ରସ୍ତାବ ରଖିଥିଲା । ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଆଇସିସି ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.