ଲଣ୍ଡନ: 2019 କ୍ରିକେଟ ବିଶ୍ବକପ ବିଜେତା ଇଂଲଣ୍ଡ କ୍ରିକେଟ ଟିମକୁ ମିଳିଛି ନୂଆ କୋଚ । ଆସେସ ସିରିଜ ପରେ ଟ୍ରେଭର ବେଲିସ କୋଚ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ପୂର୍ବରୁ ବୋଲିଂ କୋଚ ଦାୟିତ୍ବରେ ଥିବା କ୍ରିସ ସିଲଭରଉଡଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଛି । ଏନେଇ ଇଂଲଣ୍ଡ ଓ ୱେଲସ କ୍ରିକେଟ ବୋର୍ଡ(ECB)ର ଅଧିକାରୀ ଆସଲେ ଗିଲସ ସୂଚନା ଦେଇଛନ୍ତି ।
![chris silverwood](https://etvbharatimages.akamaized.net/etvbharat/prod-images/4680341_coach.jpg)
ଇଂଲଣ୍ଡ କୋଚ ରେସରେ ଆଗରେ ଥିଲେ ଭାରତ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ କୋଚ ଗ୍ୟାରି କ୍ରିଷ୍ଟନ । ପୂର୍ବତନ କ୍ରିକେଟର ଆଲେକ ଷ୍ଟେୱାର୍ଟଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା ।
ତେବେ ବୋଲିଂ କୋଚ ସିଲଭରଉଡ ବାଜି ମାରିନେଇଥିଲେ । ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ଜୋ ରୁଟ ଓ ଦିନିକିଆ କ୍ୟାପଟେନ ଇଆନ ମୋର୍ଗାନଙ୍କ ସହ ଭଲ ସଂପର୍କ ସିଲଭରଉଡଙ୍କୁ ଫାଇଦା ଦେଇଛି । ଖେଳାଳିଙ୍କ ସହ ଭଲ ବୁଝାମଣା ଥିବା ବ୍ୟକ୍ତିଙ୍କୁ କୋଚ ଭାର ଦେବାକୁ ନିଷ୍ପତ୍ତି ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।