ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ 1 କୋଟି ଟଙ୍କା ଦାନ କରିଛନ୍ତି ।
ସମସ୍ତ ଭାରତୀୟଙ୍କ ସ୍ବପ୍ନର ଭବ୍ୟ ରାମ ମନ୍ଦିର ଅଯୋଦ୍ଧାରେ ନିର୍ମାଣ ପାଇଁ ଏହି ଛୋଟିଆ ଦାନ ତାଙ୍କ ପରିବାର ପକ୍ଷରୁ କରାଯାଇଥିବା କହିଛନ୍ତି କ୍ରିକେଟରରୁ ରାଜନେତା ହୋଇଥିବା ଗମ୍ଭୀର ।
ଗମ୍ଭୀର ବର୍ତ୍ତମାନ ପୂର୍ବଦିଲ୍ଲୀର ସାଂସଦ ରହିଛନ୍ତି । ଦିଲ୍ଲୀ ବିଜେପି ପକ୍ଷରୁ ରାମମନ୍ଦିର ନିର୍ମାଣ ପାଇଁ ଏକ ଦାନଗ୍ରହଣ ଅଭିଯାନ ଜାରି ରହିଛି । ସାଧାରଣ ଲୋକେ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରିବାକୁ ଚାହୁଁଥିଲେ କରିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ