ETV Bharat / sports

ବୋଲରଙ୍କ ଭରଷାରେ ଦ୍ବିତୀୟ ଟେଷ୍ଟ ବିଜୟ: ସାମ କରନ

author img

By

Published : Jul 19, 2020, 6:20 PM IST

ଇଂଲଣ୍ଡ-ଇଣ୍ଡିଜ ଦ୍ବିତୀୟ ଟେଷ୍ଟର ଫଳାଫଳକୁ ନେଇ ଅଲରାଉଣ୍ଡର ସାମ କରନଙ୍କ ବଡ ବୟାନ । ବୋଲରଙ୍କ ଉପରେ ଦ୍ବିତୀୟ ଟେଷ୍ଟ ବିଜୟର ଫଳାଫଳ ନିର୍ଭର କରୁଥିବା ସେ କହିଛନ୍ତି ।

Big workload for bowlers to win 2nd Test but we are fresh: Curran
ବୋଲରଙ୍କ ଭରଷାରେ ଦ୍ବିତୀୟ ଟେଷ୍ଟ ବିଜୟ: ସାମ କରନ

ମାଞ୍ଚେଷ୍ଟର: ଇଂଲଣ୍ଡ-ଇଣ୍ଡିଜ ଦ୍ବିତୀୟ ଟେଷ୍ଟର ଫଳାଫଳକୁ ନେଇ ଅଲରାଉଣ୍ଡର ସାମ କରନଙ୍କ ବଡ ବୟାନ । ବୋଲରଙ୍କ ଉପରେ ଦ୍ବିତୀୟ ଟେଷ୍ଟ ବିଜୟର ଫଳାଫଳ ନିର୍ଭର କରୁଥିବା ସେ କହିଛନ୍ତି । 3ୟ ଦିନର ଖେଳ ବର୍ଷା ଯୋଗୁଁ ସଂପୂର୍ଣ୍ଣ ବାତିଲ ହେବାପରେ ଇଂଲଣ୍ଡର ବିଜୟ ସମ୍ଭାବନାକୁ ନେଇ ଆଶଙ୍କା ଦେଖାଦେଇଛି ।

3 ମ୍ୟାଚ ବିଶିଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ 1-0ରେ ଆଗୁଆ ରହିଛି । ଫଳରେ ଦ୍ବିତୀୟ ଟେଷ୍ଟକୁ ଜିତି ସିରିଜ ବରାବର ଲକ୍ଷ୍ୟରେ ରହିଛି ଘରୋଇ ଇଂଲଣ୍ଡ । 4ର୍ଥ ଦିନର ଖେଳ ଜାରି ରହିଛି । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୱେଷ୍ଟଇଣ୍ଡିଜର ସ୍କୋର 118/2 ରହିଛି । କ୍ରେଗ ବ୍ରେଥୱେଟ 41 ଓ ସାଇ ହୋପ 25 ରନରେ ଅପରାଜିତ ଅଛନ୍ତି । 4ର୍ଥ ଦିନରେ ଏକମାତ୍ର ୱିକେଟ ନାଇଟ ୱାଚମ୍ୟାନ ଆଲଜେରୀ ଜୋସେଫଙ୍କ ରୂପରେ ଇଂଲଣ୍ଡକୁ ମିଳିଛି । ଡମ ବେସଙ୍କୁ ଏହି ସଫଳତା ମିଳିଛି । ପୂର୍ବରୁ ଦ୍ବିତୀୟ ଦିନରେ ଓପନର ଜନ ଚାମ୍ପବେଲଙ୍କୁ ଶ୍ରୀଘ୍ର ପ୍ୟାଭିଲିୟନ ଫେରାଇଥିଲେ ସାମ କରନ । ଷ୍ଟୋକ୍ସଙ୍କ 176 ଓ ସିବଲେଙ୍କ 120 ସହାୟତାରେ ଇଂଲଣ୍ଡ 469/9ରେ ପ୍ରଥମ ଇଂନିସ ଘୋଷଣା କରିଥିଲା ।

ଇଂଲଣ୍ଡକୁ ଏହି ମ୍ୟାଚରେ ବିଜୟୀ ହେବାକୁ ହେଲେ, ଇଣ୍ଡିଜ ଟିମକୁ ପ୍ରଥଣ ଇଂନିସରେ ଅଳ୍ପ ସ୍କୋରରେ ଶ୍ରୀଘ୍ର ଅଲଆଉଟ ସହ ଦ୍ବିତୀୟ ଇଂନିସରେ ମଧ୍ୟ ଅଲଆଉଟ କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.