ETV Bharat / sports

ଭୁବନେଶ୍ବର କୁମାର ମାର୍ଚ୍ଚ ମାସର ଆଇସିସି ଶ୍ରେଷ୍ଠ ଖେଳାଳି - ଶ୍ରେଷ୍ଠ ଆଇସିସି ଖେଳାଳି

ଆଇସିସି 'ପ୍ଲେଆର ଅଫ ଦ ମନ୍ଥ୍‌' ହୋଇଛନ୍ତି, ଭାରତୀୟ ଷ୍ଟାର ଦ୍ରୁତ ବୋଲର ଭୁବନେଶ୍ବର କୁମାର । ଅଧିକ ପଢନ୍ତୁ...

Bhuvneshwar wins ICC Players of the Month award after spectacular show against England
ଭୁବନେଶ୍ବର କୁମାର ମାର୍ଚ୍ଚ ମାସର ଆଇସିସି ଶ୍ରେଷ୍ଠ ଖେଳାଳି
author img

By

Published : Apr 13, 2021, 5:33 PM IST

Updated : Apr 13, 2021, 6:11 PM IST

ଦୁବାଇ: ଆଇସିସି 'ପ୍ଲେଆର ଅଫ ଦ ମନ୍ଥ୍‌' ହୋଇଛନ୍ତି, ଭାରତୀୟ ଷ୍ଟାର ଦ୍ରୁତ ବୋଲର ଭୁବନେଶ୍ବର କୁମାର । ମାର୍ଚ୍ଚ ମାସରେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ଭୁବନେଶ୍ବର । ଫଳରେ ମାର୍ଚ୍ଚ ମାସର ଶ୍ରେଷ୍ଠ ଆଇସିସି ଖେଳାଳି ହୋଇଛନ୍ତି ।

31 ବର୍ଷୀୟ ଭାରତୀୟ ବୋଲର 3ଟି ଦିନିକିଆରୁ 4.65 ଇକୋନୋମି ରେଟ୍‌ରେ 6ଟି ୱିକେଟ ହାସଲ କରିଥିଲେ । ଏଥିସହ 5ଟି ଟି20 ମ୍ୟାଚରେ 6.38 ଇକୋନୋମି ରେଟ୍‌ ସହ ଘାତକ ସାବ୍ୟସ୍ତ ହୋଇଥିଲେ ।

"ଦୀର୍ଘ ଓ ଯନ୍ତ୍ରଣାଦାୟକ ବିରତି ପରେ ଟିମ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ମିଳିବା ନେଇ ବେଶ ଉତ୍ସାହିତ ଥିଲି । ଫିଟନ୍‌ସ ଓ କୌଶଳ ଉପରେ ସର୍ବଦା ପ୍ରାଥମିକତା ରହିଛି । ମାର୍ଚ୍ଚ ମାସ ପାଇଁ ଆଇସିସି ପୁରୁଷ ପ୍ଲେଆର ଅଫ ଦ ମ୍ୟାଚ ଚୟନ କରିଥିବାରୁ ଆଇସିସି ଓ ଭୋଟ ଦେଇଥିବା ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ।" ଏହା କହିଛନ୍ତି ଭୁବନେଶ୍ବର ।

ପୁରୁଷ ବର୍ଗରେ ଭୁବନେଶ୍ବରଙ୍କ ବ୍ୟତୀତ ଆଫଗାନିସ୍ତାନ ଲେଗ-ସ୍ପିନର ରସିଦ ଖାନ ଓ ଜିମ୍ବାୱେର ସିନ ୱିଲିୟମସ ମଧ୍ୟ ମନୋନୀତ ହୋଇଥିଲେ ।

ସେହିପରି ମହିଳା ବର୍ଗରେ ମାର୍ଚ୍ଚ ମାସ ପାଇଁ ଆଇସିସି ମହିଳା 'ପ୍ଲେଆର ଅଫ ଦ ମନ୍ଥ୍‌' ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଲିଜେଲେ ଲି ।

ସଦ୍ୟ ସମାପ୍ତ ହୋଇଥିବା ଭାରତ ବିପକ୍ଷ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସିରିଜରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ଲିଜେଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2021, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.