ETV Bharat / sports

ଭୁବନେଶ୍ବର କୁମାରଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ କଲେ ପତ୍ନୀ

ଭୁବିଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ କରିଛନ୍ତି ତାଙ୍କ ପତ୍ନୀ ନୁପୁର୍‌ ନାଗର୍‌ । ଆଉ ନୁପୁରଙ୍କ ଏହି କାଣ୍ଡ ପଛର କାରଣ ଭୁବିଙ୍କ ଫିମେଲ ଫ୍ୟାନ ଫଲୋଇଙ୍ଗ ବୋଲି ସେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 21, 2020, 6:57 PM IST

bhuvneshwar-kumars-wife-nupur-nagar-hacked-his-facebook-account
ହ୍ୟାକ୍‌ ହୋଇଛି ଭୁବନେଶ୍ବର କୁମାରଙ୍କ ଫେସବୁକ୍‌ ଆକାଉଣ୍ଟ, ଜାଣନ୍ତୁ ହ୍ୟାକର୍‌ କିଏ?

ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡିଆ ଯୁଗରେ କିଛି କ୍ଷଣ ମଧ୍ୟରେ ହ୍ୟାକ ହୋଇଯାଉଛି ସୋସିଆଲ ଆକାଉଣ୍ଟ । ଆଉ ଏମିତି କିଛି ଘଟିଛି ଭାରତୀୟ ସ୍ପିଡ ଷ୍ଟାର ଭୁବନେଶ୍ବର କୁମାରଙ୍କ ସହିତ । ଭୁବିଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍‌ ହୋଇଛି । ଯାହା ପାଇଁ ଖୁବ ଚିନ୍ତାରେ ଅଛନ୍ତି ଭୁବି । ତେବେ ଏହି ହ୍ୟାକର ଜଣଙ୍କ କିଏ ବୋଲି ଜାଣିଲେ ମଧ୍ୟ ଆପଣଙ୍କ ହୋସ୍‌ ଉଡିଯିବ ।

bhuvneshwar-kumars-wife-nupur-nagar-hacked-his-facebook-account
ଭୁବନେଶ୍ବର କୁମାର ଓ ତାଙ୍କ ପତ୍ନୀ ନୁପୁର୍‌ ନାଗର୍‌

ଭୁବିଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ କରିଛନ୍ତି ତାଙ୍କ ପତ୍ନୀ ନୁପୁର୍‌ ନାଗର୍‌ । ଆଉ ନୁପୁରଙ୍କ ଏହି କାଣ୍ଡ ପଛର କାରଣ ଭୁବିଙ୍କ ଫିମେଲ ଫ୍ୟାନ ଫଲୋଇଙ୍ଗ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଟିମ ଇଣ୍ଡିଆର ଲୋ ସ୍କୋରକୁ ଡିଫେଣ୍ଡ କରୁଥିବା ସିମ୍‌ର ଭୁବି କିନ୍ତୁ ପତ୍ନୀଙ୍କ ଜେଲସିରେ ଆଉଟ ହୋଇଯାଇଛନ୍ତି । ଏକ ରିୟାଲିଟି ଟକ୍‌ ସୋ’ ରେ ଭୁବି ନିଜ ବ୍ୟକ୍ତିଗତ ଜୀବନର କିଛି ମଜାଦାର ମୁହୁର୍ତ୍ତ ସେୟାର କରିଛନ୍ତି । ଯେଉଁଠାରେ ସେ ପତ୍ନୀଙ୍କ ଏହି ଫେସବୁକ ହ୍ୟାକ କରିବା ଘଟଣା ମଧ୍ୟ ସେୟାର କରିଛନ୍ତି ।

"ସେ (ନୁପୁର) ମୋତେ ଫେସବୁକ୍ ପାସୱାର୍ଡ ମାଗିଥିଲେ । କିନ୍ତୁ ମୁଁ କିଛି ବାହାନା କରି ତାଙ୍କ କଥାକୁ ଟାଳି ଦେଇଥିଲି । ତେଣୁ ପରଦିନ ସେ ମୋତେ କହିଥିଲେ ଯେ, ଏହା ହେଉଛି ତୁମର ନୂଆ ପାସୱାର୍ଡ । ସେ ମୋ ଆକାଉଣ୍ଟକୁ ହ୍ୟାକ୍ କରି ଦେଇଛନ୍ତି ଏବଂ ସେବେଠାରୁ ମୁଁ ଫେସବୁକ୍ ବ୍ୟବହାର କରି ନାହିଁ ’’ ବୋଲି ଭୁବି ମଜାଳିଆ ଅନ୍ଦାଜରେ କହିଛନ୍ତି । ତେବେ ଯେତେବେଳେ ଭୁବିଙ୍କ ମହିଳା ପ୍ରଶଂସକ ତାଙ୍କ ସହ ଟିକେ ନିକଟତର ହୋଇ ଫଟୋ କ୍ଲିକ୍‌ କରନ୍ତି । ସେତେବେଳେ ଭୁବଙ୍କ ପତ୍ନୀ ନୁପୁର ଅତ୍ୟାଧିକ ଇର୍ଷା ପରାୟଣ ହୋଇଯାଆନ୍ତି ବୋଲି ଭୁବି ପ୍ରକାଶ କରିଛନ୍ତି ।

"ଯେତେବେଳେ ସେ ଫଟୋ କ୍ଲିକ୍ କରନ୍ତି ମୁଁ ତାଙ୍କୁ କୁହେ, ଯେ ତାଙ୍କ ନିକଟରେ ଏତେ ଠିଆ ହେବାର ଆବଶ୍ୟକତା କ’ଣ ଥିଲା । ଆପଣ ତାଙ୍କୁ ଟିକିଏ ଦୂରରେ ଠିଆ ହେବାକୁ କହିପାରିବେ ନାହିଁ । ତା’ପରେ ସେ କୁହନ୍ତି ଯଦି ସେମାନେ ମୋ ପାଖରେ ଛିଡା ହୁଅନ୍ତି ତେବେ ମୁଁ କଣ କରିପାରିବି?" ବୋଲି ଭୁବି ପତ୍ନୀ ନୁପୁରଙ୍କୁ ଉତ୍ତର ଦେଇଛନ୍ତି । ଭୁବି ପ୍ରକାଶ କରିଛନ୍ତି ଯେ, 13 ବର୍ଷ ବୟସରୁ ନୁପୁରଙ୍କ ଉପରେ ତାଙ୍କର କ୍ରସ୍‌ ରହିଥିଲା । ଯାହା ପରେ ପ୍ରେମରେ ଓ ତା ପରେ ତାଙ୍କ ଜୀବନ ସାଥୀରେ ପରିଣତ ହେଲା ।

ଏହି ଚାଟ୍ ସୋ’ରେ, ଏହି ଲଭ୍‌ ବାର୍ଡ କିପରି ଘରେ ସମୟ ଅତିବାହିତ କରନ୍ତି ଏବଂ କ୍ୟାମେରା ଆଗରେ ପରସ୍ପରର ଗୋଡ କିପରି ଟାଣନ୍ତି, ସେ ବିଷୟରେ ଆଲୋଚନା କରିଥିଲେ | ଏହି ଯୋଡି କହିଛନ୍ତି ଯେ ସେମାନେ ଲୁଡୋ, କ୍ୟାରମ୍ ଭଳି ଖେଳ ଖେଳିବାକୁ ପସନ୍ଦ କରନ୍ତି । ନୁପୁର ମଧ୍ୟ ସମସ୍ତ ଖେଳରେ ଭୁବନେଶ୍ବରଙ୍କୁ କିପରି ଚିଟ୍‌ କରନ୍ତି ସେ ବିଷୟରେ ଆଲୋଚନା କରିଥିଲେ |

ଭୁବନେଶ୍ବର ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, କ୍ରିକେଟ୍ ବିଷୟରେ ନୁପୁରଙ୍କର କୌଣସି ଧାରଣା ନାହିଁ । ତେଣୁ ସେ ରିପ୍ଲେ ଏବଂ ଲାଇଭ୍ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ । ‘‘ ବ୍ୟାଟିଂ ପାଇଁ କ୍ରିଜକୁ ଯିବା ପୂର୍ବରୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି ଯେ ଶୀଘ୍ର ଆଉଟ୍‌ ନ ହୋଇଯାଏ, ନଚେତ୍‌ ନୁପୁର ମୋର ପରିହାସ କରିବେ ।’’ ବୋଲି କହିଛନ୍ତି ଭୁବି ।

ସେହିପରି ଭୁବନେଶ୍ବରଙ୍କ କ୍ୟାରିଅରର ଶ୍ରେଷ୍ଠ ମୁହୁର୍ତ୍ତ ବିଷୟରେ ନପୁର କହିଛନ୍ତି, "ପାକିସ୍ତାନ ବିପକ୍ଷରେ ତାଙ୍କର ଡେବ୍ୟୁ ହୋଇଥିଲା । ମୁଁ ସେତେବେଳେ ହଷ୍ଟେଲରେ ଥିଲି । ମୋର ଏବଂ ଭୁବିଙ୍କ ବିଷୟରେ ମୋର ବନ୍ଧୁମାନଙ୍କର କୌଣସି ଧାରଣା ନଥିଲା । ମାତ୍ର ତାଙ୍କ ବୋଲିଂରେ ସେମାନେ ମଧ୍ୟ ବହୁତ ପ୍ରଭାବିତ ହୋଇଥିଲେ । ମ୍ୟାଚ୍ ଦେଖିବାବେଳେ ସେମାନେ କହୁଥିଲେ 'ବୋଲିଂ ପାଇଁ ସେ 15 ନମ୍ବର ଟି-ସାର୍ଟ ଲୋକକୁ ଡାକନ୍ତୁ' । ଆଉ ଏହା ମୁଁ ଜାଣି ଖୁସି ଅନୁଭବ କଲି ଯେ ଭୁବି ଭଲ ବୋଲିଂ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.