ETV Bharat / sports

ଧୋନିଙ୍କ ପାଇଁ ଆୟୋଜିତ ହେବ ବିଦାୟୀକାଳୀନ ମ୍ୟାଚ: ବିସିସିଆଇ ଅଧିକାରୀ - dhoni

ଧୋନିଙ୍କ ପାଇଁ ବିସିସିଆଇ ବିଦାୟୀକାଳୀନ ମ୍ୟାଚ ଆୟୋଜନ କରିବ ବୋଲି ବୋର୍ଡର ଜଣେ ଅଧକାରୀ କହିଛନ୍ତି । ଧୋନି ଦେଶ ପାଇଁ ଅନେକି କିଛି କରିଛନ୍ତି । ତେଣୁ ତାଙ୍କୁ ସମ୍ମାନିତ କରିବା ଆମର କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।

ଧୋନି ପାଇଁ ଆୟୋଜିତ ହେବ ବିଦାୟୀ କାଳୀନ ମ୍ୟାଚ: ବିସିସିଆଇ ଅଫିସିଆଲ୍ସ

author img

By

Published : Aug 19, 2020, 4:35 PM IST

ନୂଆଦିଲ୍ଲୀ: ଧୋନି ଖେଳିବେ ଫେରଓ୍ବେଲ ମ୍ୟାଚ। ଶେଷ ମ୍ୟାଚରେ ଧୋନିଙ୍କୁ ଦିଆଯିବ ସମ୍ବର୍ଦ୍ଧନା । ଏଥିପାଇଁ ଏକ ବିଦାୟୀକାଳୀନ ମ୍ୟାଚ ବିସିସିଆଇ ଆୟୋଜନ କରିବ ବୋଲି ବୋର୍ଡର ଜଣେ ଅଧକାରୀ କହିଛନ୍ତି । ଧୋନି ଦେଶ ପାଇଁ ଅନେକି କିଛି କରିଛନ୍ତି । ତେଣୁ ତାଙ୍କୁ ସମ୍ମାନିତ କରିବା ଆମର କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।

ଏହି ମ୍ୟାଚ ଧୋନିଙ୍କ ହୋମ ଗ୍ରାଉଣ୍ଡ ରାଞ୍ଚିରେ ଆୟୋଜନ କରିବା ପାଇଁ ବିସିସିଆଇ ଯୋଜନା କରୁଥିବା କଥା କହିଛନ୍ତି ବୋର୍ଡ ଅଧିକାରୀ ଜଣଙ୍କ । ଏନେଇ ଆସନ୍ତା ଆଇପିଏଲ ସମୟରେ ଧୋନିଙ୍କ ସହ ଆଲୋଚନା କରାଯିବ ଏବଂ ଧୋନିଙ୍କ ଅନୁମତି ପରେ ଯୋଜନା କରିଯିବ ବୋଲି ସେ କହିଛନ୍ତି ।

ଯେହେତୁ ଏବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ନାହିଁ । ତେଣୁ ଆଇପିଏଲ ପରେ ଏହା ଆୟୋଜନ କରିବାକୁ ଆମେ ଯୋଜନା ରଖିଛୁ । ଦେଶ ପାଇଁ ଅନେକ କିଛି କରିଛନ୍ତି ଧୋନି । ତେଣୁ ତାଙ୍କୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ । ଆମେ ସର୍ବଦା ଏକ ଫେରୱେଲ ମ୍ୟାଚ ଧୋନିଙ୍କ ପାଇଁ ଆୟୋଜନ କରିବାକୁ ଯୋଜନା କରିଥିଲୁ । ମାତ୍ର ଧୋନି ଟିକେ ଅଲଗା, କାହାକୁ ନ ଜଣାଇ ସେ ଅବସର ଘୋଷଣା କରି ଦେଲେ ବୋଲି ସେ କହିଛନ୍ତି ।

ତେବେ ଧୋନିଙ୍କ ସହ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇଛି କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଧୋନି ଏ ସମ୍ପର୍କରେ କିଛି ଜାଣି ନାହାନ୍ତି । ଆସନ୍ତା ଆଇପିଏଲ ସମୟରେ ତାଙ୍କ ସହ ଆଲୋଚନା ପରେ ଯୋଜନା ପ୍ରସ୍ତୁ ହେବ ।

ଅନ୍ୟପଟେ ଧୋନିଙ୍କ ପାଇଁ ଏକ ବିଦାୟକାଳୀନ ମ୍ୟାଚ ଆୟୋଜନ ସପକ୍ଷରେ ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ୍‌ କହିଛନ୍ତି । ଧୋନିଙ୍କ ପାଇଁ ଏକ ଫେରୱେଲ ମ୍ୟାଚ ବିସିସିଆଇ ଆୟୋଜନ କରିବା ଉଚିତ୍‌ ବୋଲି ମଦନ ଲାଲ୍‌ କହିଛନ୍ତି । ସେହିପରି ପୂର୍ବରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଧୋନିଙ୍କ ଏପରି ଏକ ମ୍ୟାଚ ଆୟୋଜନ ପାଇଁ ବିସିସିଆଇକୁ ଅନୁରୋଧ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.