ETV Bharat / sports

'ପୁଲଓ୍ବାମା ଶହୀଦଙ୍କ ପରିବାରଙ୍କୁ ବିସିସିଆଇ ଅତିକମରେ 5 କୋଟି ଦେବା ଉଚିତ' - donate

ସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ରବିବାର ପ୍ରଶାସକ କମିଟି ମୁଖ୍ୟ ବିନୋଦ ରାୟଙ୍କୁ ନିବେଦନ କରିଛନ୍ତି ଯେ, ଅତିକମରେ ବିସିସିଆଇ ଶହୀଦ୍‌ ଯବାନଙ୍କ ପରିବାରଙ୍କୁ 5 କୋଟିର ସହାୟତା ରାଶି ଘୋଷଣା କରିବା ଉଚିତ୍‌ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : Feb 17, 2019, 11:52 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଶହୀଦ ଯବାନଙ୍କ ପ୍ରତି ଦେଶରୁ ସବୁଆଡୁ ସହାୟତାର ହାତ ବଢିବାରେ ଲାଗିଛି । ଏନେଇ କ୍ରିଡା ଜଗତ ବି ପଛରେ ନାହିଁ । ସେହ୍ବାଗ, ବିଜେନ୍ଦ୍ର ସିଂ ଏବଂ ଗୌତମ ଗମ୍ଭୀରଙ୍କ ପରି କିଛି କ୍ରୀଡାବିତ ମଧ୍ୟ ସହାୟତାର ହାତ ବଢାଇ ଛନ୍ତି। ତେବେ ରବିବାର ଶହୀଦ ଯବାନଙ୍କୁ ସହାୟତା ନେଇ ବିସିସିଆଇ ପାଖରେ ଦାବି ହୋଇଛି ।

ସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ରବିବାର ପ୍ରଶାସକ କମିଟି ମୁଖ୍ୟ ବିନୋଦ ରାୟଙ୍କୁ ନିବେଦନ କରିଛନ୍ତି ଯେ, ଅତିକମରେ ବିସିସିଆଇ ଶହୀଦ୍‌ ଯବାନଙ୍କ ପରିବାରଙ୍କୁ 5 କୋଟିର ସହାୟତା ରାଶି ଘୋଷଣା କରିବା ଉଚିତ୍‌ ।

ଖାନ୍ନା ବିସିସିଆଇ ନିକଟକୁ ଏକ ନିବେଦନ ପତ୍ର ଲେଖିଛନ୍ତି । ଏଥିରେ ଲେଖାଅଛି, ଆମେ ଦୁଃଖିତ ଓ ଅନ୍ୟ ଭାରତୀୟ ନାଗରିକଙ୍କ ଭଳି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରବଳ ନିନ୍ଦ କରୁଛୁ। ଆମେ ଶହୀଦ ଯବାନଙ୍କ ସହ ରହିଛୁ। ବିସିସିଆଇ ପକ୍ଷରୁ ଶହୀଦ ଯବାନଙ୍କ ପରିବାର ଲାଗି 5 କୋଟି ଟଙ୍କା ପ୍ରଦାନ କରିବାକୁ ମୁଁ (ସିକେ ଖାନ୍ନା) ପ୍ରଶାସକ କମିଟି (ସିଓଏ) ନିକଟରେ ନିବେଦନ କରୁଛି ।

ଉଲ୍ଲେଖଥାଉ କି, ଗତକାଲି ଇରାନୀ କପ୍‌ ଚାମ୍ପିୟନ ବିଦର୍ଭ ଦଳ ମ୍ୟାଚରୁ ମିଳିବାକୁ ଥିବା ସମ୍ପୂର୍ଣ୍ଣ ପୁରସ୍କାର ରାଶି ଶହୀଦ ଯବାନଙ୍କ ପରିବାରଙ୍କୁ ଦେବା ନେଇ ଘୋଷଣା କରିଛି । ସେହିଭଳି ପ୍ରଖ୍ୟାତ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଶହୀଦ ଯବାନ ପିଲାମାନଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ପରହିବାନ କରିବେ ବୋଲି କହିଛନ୍ତି ।

undefined

ତେବେ ଚିଠିରେ ଆହୁରି ଲେଖା ଅଛି ଯେ, ମୁଁ ବିସିସିଆଇର ରାଜ୍ୟ ଶାଖା ଓ ଆଇପିଏଲ ଫ୍ରାଞ୍ଚାଇଜମାନଙ୍କୁ ଏହି ସହଯୋଗ ଯାତ୍ରରେ ଯୋଗଦାନ କରିବାକୁ ମଧ୍ୟ କହିବି । ସେହିପିର ଆଗାମୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଓ ଆଇପିଏଲର ଉଦ୍‌ଘାଟନୀ ଉତ୍ସବରେ ଶହୀଦ ଯବାନଙ୍କ ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ଖାନ୍ନା ନିବେଦନ କରିଛନ୍ତି।

Slug - board training@ matric,rep - Narayan ,ctc,EXCLUSIVE,08.02.19

ଆଂଙ୍କର-ପ୍ରଶ୍ନପତ୍ର ଭାଇରାଲ ,ଏବେ ବୋର୍ଡ଼ ପାଈଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ପୂର୍ବବର୍ଷ ଭଳି ଯେଭଳି ପ୍ରଶ୍ନପତ୍ର  ଭାଇରାଲ ନ ହୁଏ,ସେଥିପାଇଁ ବୋର୍ଡ଼ ପକ୍ଷରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ।ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କୁ ଶାନ୍ତି ଶୃଙ୍ଖଳା ଓ ସତର୍କତାର  ର ସହ ପରିଚାଳନା କରିବାକୁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବୋର୍ଡ଼।ଏନେଇ ଆଜି ବୋର୍ଡ଼ ହାଇସ୍କୁଲ ର କନଫୋରେନ୍ସ ହଲ ଠାରେ ପରୀକ୍ଷାର ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ ପ୍ରଦାନ କରିଛି ବୋର୍ଡ଼।ପ୍ରତି ଜୋନ ଅନୁଯାୟୀ ଏହି ତାଲିମ ପ୍ରଦାନ କରାଯାଉଛି।ପରୀକ୍ଷା ସେଣ୍ଟର ର ସୁପରିନଟେଣ୍ଡେଣ୍ଟ  ,ନୋଡାଲ ସେଣ୍ଟର ର ଇନଚାର୍ଜ,ମୂଲ୍ୟାୟନ ପାଈଁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ  ବୋର୍ଡ଼ ପରିସରରେ ତାଲିମ ପ୍ରଦାନ  କରାଯାଇଛି।କଟକ,ଜଗତସିଂହପୁର,ଅନୁଗୁଳ,ଢେଙ୍କାନାଳ,ସମେତ ୬ ଟି ଜୋନ ର ପାଖାପାଖି ୫୦ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ ପ୍ରଦାନ କରିଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ।ତେବେ ଆଜି ବୋର୍ଡ଼ ରୁ ତାଲିମ ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନେ ନିଜ ନିଜ ସେଣ୍ଟରର ପରୀକ୍ଷା ଦାୟିତ୍ୱରେ ଥିବା ଅନ୍ୟ ଶିକ୍ଷକ ଙ୍କୁ ମଧ୍ୟ ତାଲିମ ଦେବେ।ବିଶେଷକରି ପ୍ରଶ୍ନ ପତ୍ର ଖୋଲିବା,ବାଣ୍ଟିବା,ପରୀକ୍ଷା ସରିଲେ ପରୀକ୍ଷା ଖାତା କିପରି ବନ୍ଟାଯିବ, କେଉଁଠି ଆଉ କିପରି ପଠାଯିବ,କେମିତି ରଖାଯିବ,ସୁରକ୍ଷା କିଭଳି କରାଯିବ ଆଦି ଦିଗ ଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି ବୋର୍ଡ଼।ତେବେ ଚଳିତ ବର୍ଷ ସଠିକ ଭାବରେ ପରୀକ୍ଷା ପରିଚାଳନା ହେବ ବୋଲି ଆଜି EXCLUSIVE ଭାବରେ ଇଟିଭି କୁ ପ୍ରତିକ୍ରିୟା ଦେଇଛନ୍ତି ବୋର୍ଡ଼ ସଭାପତି ଡ଼ଃ ଜାହାନାଆରା ବେଗମ୍।

ବାଇଟ - ଡ଼ଃ ଜାହାନାଆରା ବେଗମ୍ ,ବୋର୍ଡ଼ ସଭାପତି।

Visual byte through MOJO...

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.