ETV Bharat / sports

ଆସନ୍ତାକାଲି ହସ୍ପିଟାଲରୁ ଡିସଚାର୍ଜ ହେବେ ସୌରଭ ଗାଙ୍ଗୁଲି - Sourav Ganguly discharge news

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତାକାଲି ହସ୍ପିଟାଲରୁ ଡିସଚାର୍ଜ ହେବେ । ଅଧିକ ପଢନ୍ତୁ...

ସୌରଭ ଗାଙ୍ଗୁଲି
ସୌରଭ ଗାଙ୍ଗୁଲି
author img

By

Published : Jan 6, 2021, 11:18 AM IST

କୋଲକାତା: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୌରଭ ଗାଙ୍ଗୁଲି ଆସନ୍ତାକାଲି(ଗୁରୁବାର) ହସ୍ପିଟାଲରୁ ଡିସଚାର୍ଜ ହେବେ । ଆଜି ତାଙ୍କୁ ଡିସଚାର୍ଜ କରିବାକୁ ଥିବାବେଳେ ଆସନ୍ତାକାଲି ସେ ଡିସଚାର୍ଜ ହେବା ନେଇ ସୂଚନା ମିଳିଛି । ତେବେ ତାଙ୍କୁ ଦେଖିବା ପାଇଁ ଏବେଠୁ ହସ୍ପିଟାଲ ସାମ୍ନାରେ ଭିଡ ଦେଖାଦେଇଛି । ସୌରଭଙ୍କ ପ୍ରଶଂସକ ମାନେ ତାଙ୍କର ଝଲକ ପାଇବା ପାଇଁ ହସ୍ପିଟାଲ ଆଗରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

ସୂଚନାଥାଉକି, ଶନିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୌରଭ । ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଇଥିଲା । ତେବେ ଦେଶର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟୀ ମଙ୍ଗଳବାର ହସ୍ପିଟାଲ ପରିଦର୍ଶନରେ ଆସିବା ସହ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ପରଖିଛନ୍ତି ।

ତେବେ ହସ୍ପିଟାଲରେ ସୌରଭଙ୍କୁ ହୃଦରୋଗ ବିଶେଷଜ୍ଞ ଡାକ୍ତର ସରୋଜ ମଣ୍ଡଳଙ୍କ ନେତୃତ୍ବରେ 9 ଜଣିଆ ମେଡିକାଲ ଟିମ ଚିକିତ୍ସା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.