ETV Bharat / sports

ସର୍ଜରୀ ପରେ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ଦାଦା - ସୌରଭ ଗାଙ୍ଗୁଲି ଖବର

ସୁସ୍ଥ ଅଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଆଞ୍ଜିଓ ପ୍ଲାଷ୍ଟି ସର୍ଜରୀ ହେବା ପରେ ବୁଧବାର ସ୍ବାସ୍ଥ୍ୟ ଯାଞ୍ଚ କରାଇବାକୁ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। ଅଧିକ ପଢ଼ନ୍ତୁ...

bcci president sourav ganguly is fine he went to hospital for health check up
ସର୍ଜରୀ ପରେ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ ଦାଦା
author img

By

Published : Jan 27, 2021, 8:08 PM IST

କୋଲକାତା: ସୁସ୍ଥ ଅଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଆଞ୍ଜିଓ ପ୍ଲାଷ୍ଟି ସର୍ଜରୀ ହେବା ପରେ ବୁଧବାର ସ୍ବାସ୍ଥ୍ୟ ଯାଞ୍ଚ କରାଇବାକୁ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହାକୁ ନେଇ କୋଲାକାତା ସ୍ଥିତ ଆପୋଲୋ ଗ୍ଲେନେଗ୍ଲସ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ମେଡିକାଲ ବୁଲେଟିନ ଜାରି କରି ସୂଚନା ଦେଇଛନ୍ତି।

ଏହାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, "ମୁଁ ବର୍ତ୍ତମାନ ସୁସ୍ଥ ଅଛି। ଡାକ୍ତର କହିଛନ୍ତି ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ। ମୁଁ କେବଳ ସ୍ବାସ୍ଥ୍ୟ ଯାଞ୍ଚ କରାଇବାକୁ ଡାକ୍ତରଖାନାରେ ପହଞ୍ଚିଥିଲି । ଡାକ୍ତରମାନଙ୍କୁ ଧନ୍ୟବାଦ।"

ଛାତିରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା ସହ ବାନ୍ତି ହେବା ପରେ 48 ବର୍ଷୀୟ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହୃଦଘାତ ହୋଇଥିବା ଜଣା ପଡ଼ବା ପରେ ତାଙ୍କର ସଫଳ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛି ଗ୍ଲେନେଗ୍ଲସ ହସ୍ପିଟାଲ କର୍ତ୍ତୃପକ୍ଷ।

ଏହି ସର୍ଜରୀ ପରେ କିଛି ଦିନ ପାଇଁ ନିୟମିତ ଭାବରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟଯାଞ୍ଚ ଜାରି ରହିବ। ଏଥିରେ କିଛି ଆଶଙ୍କା ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ସୌରଭ ଗାଙ୍ଗୁଲି ହସ୍ପିଟାଲରେ ପହଞ୍ଚିଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁନଃ ଖରାପ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ନେଇ ସମସ୍ତ ସନ୍ଦେହ ଦୂର କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ବୁଲେଟିନ ଜାରି କରିଛନ୍ତି।

ଗତ ଜାନୁଆରୀ 2 ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଉଡଲାଣ୍ଡସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦାଦା । 5ଦିନ ଧରି ସେଠାରେ ଚିକିତ୍ସିତ ହେବାପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ତେବେ 2ରୁ 3 ସପ୍ତାହ ପର୍ଯ୍ୟନ୍ତ ନିୟମିତ ଅନ୍ତରାଳରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ହେବ ବୋଲି ଉଡଲାଣ୍ଡସ ହସ୍ପିଟାଲ ମୁଖ୍ୟ ନିର୍ଦ୍ଦେଶିକା ଡାକ୍ତର ରୂପାଲି ବାସୁ କହିଥଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.