ETV Bharat / sports

ବିସିସିଆଇ ସ୍ଥିର କଲା ଆଇପିଏଲ ତାରିଖ: ରିପୋର୍ଟ - BCCI gives tentative schedule for IPL

ଆସନ୍ତା ସେପ୍ଟେମ୍ବର 26 ରୁ ନଭେମ୍ବର 8 ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ବିସିସିଆଇ ଆଶା ବାନ୍ଧିଛି । ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇ ନଥିବା ବେଳେ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

bcci-gives-tentative-schedule-september-26-to-november-8-for-ipl-2020-report
ବିସିସିଆଇ ସ୍ଥିର କଲା ଆଇପିଏଲ ତାରିଖ: ରିପୋର୍ଟ
author img

By

Published : Jun 16, 2020, 6:19 PM IST

ନୂଆଦିଲ୍ଲୀ: ବିତ୍ତଶାଳୀ ଲିଗ୍‌ ଆଇପିଏଲର ଆଗମୀ ସଂସ୍କରଣ ପାଇଁ ବିସିସିଆର ତୟାରୀ । ଟି-20 ବିଶ୍ବକପର ଭାଗ୍ୟ ନିର୍ଦ୍ଧାରଣ ହେବା ପୂର୍ବରୁ ବୋର୍ଡ ଜାରି କରିଛି ଆଇପିଏଲ ପାଇଁ ପରୀକ୍ଷା ମୂଳକ ଖେଳସୂଚୀ । ଆସନ୍ତା ସେପ୍ଟେମ୍ବର 26 ରୁ ନଭେମ୍ବର 8 ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ବିସିସିଆଇ ଆଶା ବାନ୍ଧିଛି । ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇ ନଥିବା ବେଳେ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଯଦି ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି -20 ବିଶ୍ବକପ ସ୍ଥଗିତ ରହେ ତେବେ ବିସିସିଆଇ ପାଇଁ ଏହି ୱିଣ୍ଡୋ ଆଇପିଏଲ ପାଇଁ ଖୋଲା ରହିବ । ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଇପିଏଲର ସମସ୍ତ ଫ୍ରାଞ୍ଚାଇଜ୍, ମିଡିଆ ପାର୍ଟନର ଏବଂ ଅନ୍ୟ ହିତାଧିକାରୀଙ୍କ ସହ କଥା ହୋଇଛି ଏବଂ ସେପ୍ଟେମ୍ବର 26 ରୁ ନଭେମ୍ବର 8 ପର୍ଯ୍ୟନ୍ତ ଏହି ଧନୀ ଲିଗ୍ ଆୟୋଜନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି ।

ଆଇସିସି, ଜୁନ୍ 10 ରେ ବୋର୍ଡ ବୌଠକ ପରେ ଜୁଲାଇ ମାସ ପର୍ଯ୍ୟନ୍ତ ଟି -20 ବିଶ୍ବକପ ଉପରେ ନିଷ୍ପତ୍ତି ସ୍ଥଗିତ ରଖିଥିଲା । ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଏତେ ଦିନ ଅପେକ୍ଷା କରିବାକୁ ପ୍ରସ୍ତୁତ ନଥିଲା ଏବଂ ଗାଙ୍ଗୁଲି ଏହି ଚିଠିକୁ ସଦସ୍ୟ ସଙ୍ଗଠନକୁ ମେଲ କରିଥିଲେ ।

ଆମେ ଆମର ଯୋଜନାକୁ ଧରି ରଖି ପାରିବୁ ନାହିଁ । ଆଇସିସି ଟି -20 ବିଶ୍ବକପ ଆଗକୁ ଯିବା ପାଇଁ ନିଷ୍ପତ୍ତି ନେବାକୁ ପଡ଼ିବ ଏବଂ ଆମ ଯୋଜନା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ | ସେଥି ପାଇଁ ପରୀକ୍ଷା ମୂଳକ ସୂଚୀ ଘୋଷଣା କରାଯାଉଛି । ଏନେଇ ଆମେ ପ୍ରସ୍ତୁତି ଆରମ୍ଭ କରିବୁ ବୋଲି ଜଣେ ଅଜ୍ଞାତ ବିସିସିଆଇ ସଦସ୍ୟ ଇନସାଇଡ୍ ସ୍ପୋର୍ଟ ନାମକ ଏକ ଜାତୀୟ କ୍ରିଡା ଗଣମାଧ୍ୟକୁ କହିଛନ୍ତି ।

ତଥାପି, ବିସିସିଆଇ ଏପର୍ଯ୍ୟନ୍ତ ଆଇପିଏଲ 2020 ପାଇଁ କୌଣସି ସ୍ଥିର ନିଷ୍ପତ୍ତି ନେଇ ନାହିଁ । କାରଣ ଭାରତରେ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ୟୁଏଇ ଏବଂ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଆଇପିଏଲ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି ଏବଂ ଏହା ବିସିସିଆଇ ପାଇଁ ଏକ ବିକଳ୍ପ ହୋଇପାରେ ।

INPUTS- INSIDESPORT

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.