ETV Bharat / sports

ସୋମବାର ସ୍ପଷ୍ଟ ହୋଇପାରେ ଟି-20 ବିଶ୍ବକପ ଭାଗ୍ୟ

author img

By

Published : Jul 19, 2020, 1:48 PM IST

ଫଟାଫଟ କ୍ରିକେଟର ମହାକୁମ୍ଭ ଆଇସିସି ଟି-20 ବିଶ୍ବକପକୁ ନେଇ ସୋମବାର ହୋଇପାରେ ବଡ ଘୋଷଣା । ଆଇସିସିର ଭର୍ଚୁଆଲ ବୋର୍ଡ ବୈଠକ ସୋମବାର ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।

BCCI expects ICC to announce T20 World Cup postponement on Monday
ସୋମବାର ସ୍ପଷ୍ଟ ହୋଇପାରେ ଟି-20 ବିଶ୍ବକପ ଭାଗ୍ୟ

ଦୁବାଇ: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇସିସି ଟି-20 ବିଶ୍ବକପକୁ ନେଇ ସୋମବାର ହୋଇପାରେ ବଡ ଘୋଷଣା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଭର୍ଚୁଆଲ ବୋର୍ଡ ବୈଠକ ସୋମବାର ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଆଇସିସିର ଟି-20 ବିଶ୍ବକପ ସ୍ଥଗିତ ନିଷ୍ପତିକୁ ବିସିସିଆଇ ପକ୍ଷରୁ ଅପେକ୍ଷା କରାଯାଇଛି । ଏହାପରେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)2020 ଆୟୋଜନର ଆନୁଷ୍ଠାନିକ ଘୋଷଣା ବିସିସିଆଇ ପକ୍ଷରୁ ହେବାର ସମ୍ଭାବନା ରହିଛି ।

ଟି-20 ବିଶ୍ବକପ ଅକ୍ଟୋବର 18ରୁ ନଭେମ୍ବର 15ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ କୋରୋନା ଭାଇରସର ବର୍ଦ୍ଧିତ ସଂକ୍ରମଣ ହାରକୁ ନଜରରେ ରଖି, ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ବିଶ୍ବକପ ଆୟୋଜନ ନେଇ ଅନିଚ୍ଛା ପ୍ରକାଶ କରିଥିଲା ।

ଭାରତରେ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ ପାର କରିସାରିଛି । ଏପରି ସ୍ଥିତିରେ ଆଇପିଏଲ ଆୟୋଜନ ଭାରତରେ ନୁହେଁ ବରଂ ୟୁଏଇରେ ଖେଳାଯିବା ସମ୍ଭାବନା ବୃଦ୍ଧିପାଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ବିଦେଶରେ ଖେଳାଯିବା ନେଇ ଭାରତର ସରକାରଙ୍କ ଅନୁମତି ଆବଶ୍ୟକ ହୋଇପାରେ ।

ଚଳିତ ବର୍ଷର ଟି-20 ବିଶ୍ବକପ ସ୍ଥଗିତ ଘୋଷଣା ହେଲେ, ଅଷ୍ଟ୍ରେଲିଆରେ 2022କୁ ଘୁଞ୍ଚିବା ସମ୍ଭାବନା ରହିଛି । କାରଣ 2021 ସଂସ୍କରଣର ଆୟୋଜକ ମାନ୍ୟତା ଭାରତ ନିକଟରେ ରହିଛି । ଏପରି ସ୍ଥଳେ ଭାରତ ଅଷ୍ଟ୍ରେଲିଆ ସହ ଆୟୋଜକ ମାନ୍ୟତା ବଦଳ କରିବା ସ୍ଥିତିରେ ନଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.