ETV Bharat / sports

କଠୋର BCCI: ବାସନ୍ଦାଦେଶ ପାଇଁ OCA ଦାୟୀ ! - ରାଜେଶ ମହାନ୍ତି ବାସନ୍ଦ

ଓସିଏର ଖାଲଖିଆଲ ମନୋଭାବ ଯୋଗୁଁ କ୍ୟାରିୟର ଆରମ୍ଭରୁ 2 କ୍ରିକେଟରଙ୍କୁ କ୍ରିକେଟରୁ ଅଲଗା ହେବକୁ ପଡିଛି । ବିସିସିଆଇକୁ ଖେଳାଳିଙ୍କ ବୟସଗତ ପ୍ରମାଣପତ୍ର ପଠାଇବା ପୂର୍ବରୁ ଓସିଏ ଠିକ ଭାବରେ ତଦାରଖ କରିନଥିବା କ୍ରୀଡାବିତ ମତ ଦେଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Nov 2, 2019, 5:47 PM IST

କଟକ: ଓସିଏର ପିଛା ଛାଡ଼ୁନି ବୟସ ଜାଲିଆତି କଳଙ୍କ । ପୁଣି କିଛି ମାସ ବ୍ୟବଧାନରେ ସାମ୍ନା ଆସିଛି ଏଭଳି ଖବର । ତେବେ ଏଥର ଓଡିଶା କ୍ରିକେଟ ଆସୋସିଏନକୁ ଲାଗିଛି ଡବଲ ଝଟକା । 2 ଉଦୀୟମାନ ଯୁବ କ୍ରିକେଟର ରାଜେଶ ମହାନ୍ତି ଓ କ୍ରିଷ୍ଣ ପଲେଇଙ୍କୁ 2 ବର୍ଷ ଲେଖାଏଁ ବାସନ୍ଦାଦେଶ ଶୁଣାଇଛି ବିସିସିଆଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଓସିଏର ଖାଲଖିଆଲ ମନୋଭାବ ଯୋଗୁଁ କ୍ୟାରିୟର ଆରମ୍ଭରୁ 2 କ୍ରିକେଟରଙ୍କୁ କ୍ରିକେଟରୁ ଅଲଗା ହେବକୁ ପଡିଛି । ବିସିସିଆଇକୁ ଖେଳାଳିଙ୍କ ବୟସଗତ ପ୍ରମାଣପତ୍ର ପଠାଇବା ପୂର୍ବରୁ ଠିକ ଭାବରେ ତଦାରଖ କରାଯାଇନଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଓଡିଶାର ଉଭୟ ପୁରୁଷ ଓ ମହିଳା ବର୍ଗରେ 15 ରୁ ଊର୍ଦ୍ଧ୍ଵ ଖେଳାଳି ବାସନ୍ଦାଦେଶ ଭୋଗିଛନ୍ତି । ଯଦି ଏହି ଅବସ୍ଥା ଦେଇ ଓସିଏ ଗତ କରେ ତେବେ ଆଗାମୀ ଭବିଷ୍ୟ ଅନ୍ଧକାର ହେବା ସ୍ପଷ୍ଟ ।

ନୂଆ ବିସିସିଆଇ ଟିମ କୌଣସି ପ୍ରକାର ମନମାନି କୁ ସହଜରେ ଗ୍ରହଣ କରିବ ନାହିଁ । କାରଣ ବିସିସିଆଇର ନୂଆ ବସ ଗାଙ୍ଗୁଲି କ୍ରିକେଟକୁ ତୃଣମୂଳ ସ୍ତରରୁ ବିକାଶ କରିବାର ଲକ୍ଷ୍ୟ ନେଇଛନ୍ତି । ଓସିଏର କର୍ମକର୍ତ୍ତାଙ୍କୁ ମଧ୍ୟ ଦଣ୍ଡ ବିଧାନ କରିବା ମଧ୍ୟ ଆବଶ୍ୟକ ବୋଲି କହିଛନ୍ତି କ୍ରୀଡାବିତ ପବନ ଅଗ୍ରୱାଲ । ଏଥିସହିତ ଓଡିଶା କ୍ରିକେଟ ବାସନ୍ଦ ହୋଇଥିବା ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ, ଆଗାମୀ ମ୍ୟାଚରେ ଅସୁବିଧାର ସାମ୍ନା କରିବ ବୋଲି କହିଛନ୍ତି କ୍ରୀଡ଼ାବିତ ।

ତେବେ ଭୁଲ ଜନ୍ମଗତ ପ୍ରମାଣପତ୍ର ଦାଖଲ କରି ଖେଳାଳି ଦଣ୍ଡିତ ହୋଇଥିବାବେଳେ ଓସିଏ କାହିଁକି ନହେବ ତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ବରେ ବର୍ତ୍ତମାନର ବିସିସିଆଇର ନୂଆ ପ୍ରଶାସକ ଭାରତୀୟ କ୍ରିକେଟକୁ ସ୍ବଚ୍ଛ ଓ ଦୁର୍ନୀତି ମୁକ୍ତ କରିବାରେ ଏହି ନିଷ୍ପତ୍ତି ଯଥାର୍ଥ ବୋଲି କ୍ରୀଡାବିତ ମତ ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଓସିଏ ର ପିଛା ଛାଡ଼ୁନି ବୟସ ଜାଲିଆତି କଳଙ୍କ । କିଛି ବର୍ଷ ମଧ୍ୟରେ ଅନେକ ଏଭଳି ଚିତ୍ର ସମ୍ନା କୁ ଆସିଲାଣି । ଯାହା ଓଡିଶା କ୍ରିକେଟ ଆସୋସିଏସନ ର ପାରବା ପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଗତକାଲି ଓଡିଶା ର 2 ଉଦିୟମାନ ଖେଳାଳି ରାଜେଶ ମହାନ୍ତି ,ଓ କ୍ରିଷ୍ଣ ପଲେଇ ଙ୍କୁ ଭଲ ଜନ୍ମ ଗତ ପ୍ରମାଣପତ୍ର ଯୋଗୁ ଉଭୟଙ୍କୁ 2 ବର୍ଷ ଲେଖାଁଏ ବାସନ୍ଦ କରିଛି ବିସିସିଆଇ ।

ତେବେ ଏହି ଘଟଣା କେବଳ ଖେଳାଳି ଙ୍କ ପାଇଁ ନୁହେଁ ବରଂ କ୍ରିକେଟ ଆସୋସିଏସନ ର କର୍ମକର୍ତା ଙ୍କୁ ମଧ୍ୟ ଦଣ୍ଡ ବିଧାନ କରିବା ମଧ୍ୟ ଆବଶ୍ୟକ ବୋଲି କହିଛନ୍ତି କ୍ରୀଡାବିତ ପବନ ଅଗ୍ରୱାଲ । ଏହାପୂର୍ବରୁ ଓଡିଶା ର ଉଭୟ ପୁରୁଷ ଓ ମହିଳା ଵର୍ଗ ରେ 15 ରୁ ଉର୍ଦ୍ଧ୍ଵ ଖେଳାଳି ବାସନ୍ଦ ର ସ୍ୱାଦ ଚାଖି ସାରିଛନ୍ତି । ତେବେ ଯଦି ଏହି ଅବସ୍ଥା ଦେଇ ଓସିଏ ଗତ କରେ ତେବେ ଆଗାମୀ ଭବିଷ୍ୟ ଅନ୍ଧକାର ହେବା ସ୍ପଷ୍ଟ ।

ଅନ୍ୟପଟେ ନୂଆ ବିସିସିଆଇ ଟିମ କୌଣସି ପ୍ରକାର ମନମାନି କୁ ସହଜରେ ଗ୍ରହଣ କରିବ ନାହିଁ । କାରଣ ବିସିସିଆଇ ର ନୂଆ ବସ ଗାଙ୍ଗୁଲି କ୍ରିକେଟ କୁ ତୃଣମୂଳ ସ୍ଥରରୁ ବିକାଶ କରିବାର ଲକ୍ଷ୍ୟ ନେଇଛନ୍ତି । ଯଦି ଏହାଭିତରେ ଏଭଳି ବୟସ ଜାଲିଆତି ଭଳି ପ୍ରସଙ୍ଗ ଆସୁଚି ତାକୁ ମଧ୍ୟ କାଢି ଫିଙ୍ଗୁଛନ୍ତି ସେ । କାରଣ କ୍ରିକେଟ ରେ ଦୁର୍ନୀତି ରହିବ ତେବେ କ୍ରିକେଟ ର ବିକାଶ ହେବା ଅସମ୍ଭବ ।ତେବେ ଓସିଏ ର ଏହି ଦୁଇ ଖେଳାଳି ଙ୍କୁ ହରାଇ ଓଡିଶା ଆଗାମୀ ମ୍ୟାଚ ଗୁଡିକରେ ଅସୁବିଧା ର ସମ୍ନା କରିବ ବୋଲି କହିଛନ୍ତି କ୍ରୀଡ଼ାବିତ ।

Body:ବାଇଟ: ପବନ ଅଗ୍ରୱାଲ( କ୍ରୀଡ଼ାବିତ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.