ହାଇଦ୍ରାବାଦ: ତିନୋଟି ଟି-20 ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବାକୁ ଡିସେମ୍ବରରେ ଭାରତ ଆସିବ ୱେଷ୍ଟଇଣ୍ଡିଜ ଦଳ । ତେବେ ଉଭୟ ଟି-20 ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଭାରତୀୟ ଚୟନକର୍ତ୍ତା କମିଟି ଗୁରୁବାର ଦଳ ଘୋଷଣା କରିଛି ।
ଦିନିକିଆ ଦଳ
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଋଷବ ପନ୍ତ, ମନିଷ ପାଣ୍ଡେ, ଶ୍ରେୟାସ ଆୟର, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ୟଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଦୀପକ ଚହର ଓ ଭୁବନେଶ୍ବର କୁମାର ।
ଟି-20 ଦଳ
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧୱନ, ଋଷଭ ପନ୍ତ, ମନିଷ ପାଣ୍ଡେ, ଶ୍ରେୟାସ ଆୟର, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ୱାସିଙ୍ଗଟନ ସୁନ୍ଦର, ୟୁଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଦୀପକ ଚହର ଓ ଭୁବନେଶ୍ବର କୁମାର ।
ଡିସେମ୍ବର 6 ତାରିଖରୁ ଟି-20 ସିରିଜ ଆରମ୍ଭ ହେଉଥିବା ବେଳେ ଏହା ପରେ ଦିନିକିଆ ମ୍ୟାଚ ଖେଳାଯିବ ।
ଟି-20
ପ୍ରଥମ ଟି-20 - ଡିସେମ୍ବର 6 (ଶୁକ୍ରବାର), ମୁମ୍ବାଇ, ସମୟ- ସନ୍ଧ୍ୟା 7ଟା
ଦ୍ବିତୀୟ ଟି-20- ଡିସେମ୍ବର 8 (ରବିବାର), ଥିରୁଅନନ୍ତପୁରମ, ସମୟ- ସନ୍ଧ୍ୟା 7ଟା
ତୃତୀୟ ଟି-20- ଡିସେମ୍ବର 11 (ବୁଧବାର), ହାଇଦ୍ରାବାଦ, ସମୟ- ସନ୍ଧ୍ୟା 7ଟା
ଦିନିକିଆ
ପ୍ରଥମ ଦିନିକିଆ- ଡିସେମ୍ବର 15 (ରବିବାର), ଚେନ୍ନାଇ, ସମୟ- ଅପରାହ୍ନ 2ଟା
ଦ୍ବିତୀୟ ଦିନିକିଆ- ଡିସେମ୍ବର 18 (ବୁଧବାର), ବିଶାଖାପଟ୍ଟନମ, ସମୟ- ଅପରାହ୍ନ 2ଟା
ତୃତୀୟ ଦିନିକିଆ- ଡିସେମ୍ବର 22 (ରବିବାର), କଟକ, ସମୟ- ଅପରାହ୍ନ 2ଟା
ଟି-20ରେ ସାମିଙ୍କୁ ପ୍ରାୟ ଦୁଇ ବର୍ଷ ପରେ ସୁଯୋଗ ଦିଆଯାଇଛି । ନିଜର ଶେଷ ଟି-20 ସାମି 2017 ଜୁଲାଇରେ ଖେଳିଥିଲେ । ତେବେ ଆସନ୍ତା ବର୍ଷ ହେବାକୁ ଥିବା ଟି-20 ବିଶ୍ବକପରେ ନିଜ ସ୍ଥାନ ପକ୍କା କରିବା ପାଇଁ ଏହା ହେଉଛି ସାମିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ