ETV Bharat / sports

BBL: ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଖେଳିବେ ହାରିସ ରୌଫ

author img

By

Published : Dec 11, 2020, 10:18 PM IST

ବିଗ ବାସ ଲିଗରେ ଖେଳିବେ ହାରିସ ରୌଫ । ବିବିଏଲର 10ମ ସଂସ୍କରଣରେ ଜାନୁଆରୀରୁ ଟିମରେ ହେବେ ସାମିଲ । ଅଧିକ ପଢନ୍ତୁ...

BBL 10: Pakistan pacer Rauf to play for Melbourne Stars in Jan
BBL: ମେଲବୋର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଖେଳିବେ ହାରିସ ରୌଫ

ମେଲବୋର୍ଣ୍ଣ: ବିଗ ବାସ ଲିଗରେ ଖେଳିବେ ହାରିସ ରୌଫ । ବିବିଏଲର 10ମ ସଂସ୍କରଣରେ ଜାନୁଆରୀରୁ ଟିମରେ ହେବେ ସାମିଲ ।

2007 ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଆସିବ । ତେବେ ଏନେଇ ଚୁଡାନ୍ତ ସୂଚୀ ଜାରି ପରେ ରୌଫ ବିବିଏଲ ଖେଳିବା ସ୍ପଷ୍ଟ ହେବ । ରୌଫ ଜାନୁଆରୀ ପ୍ରଥମ ସପ୍ତାହରୁ ଫେବୃଆରୀ ଆରମ୍ଭ ପର୍ଯ୍ୟନ୍ତ ଖେଳିବା ନେଇ କ୍ଳବ ପକ୍ଷରୁ କୁହାଯାଇଛି ।

ଡେବ୍ୟୁ ସଂସ୍କରଣରେ 10ଟି ମ୍ୟାଚରୁ 20 ୱିକେଟ ଅକ୍ତିଆର କରି ବିଶ୍ବରେ କ୍ରିକେଟ ଖବରର ଶୀରୋନାମା ପାଲଟିଥିଲେ । ଏଥିରେ ସିଡନି ଥଣ୍ଡର ବିପକ୍ଷରେ ସ୍ମରଣୀୟ ହାଟ୍ରିକ ଓ ହୋବାର୍ଟ ହେରିକେନ ବିପକ୍ଷରେ 5 ୱିକେଟ ଦଖଲ ସାମିଲ ରହିଛି । ରୌଫ ପେରିବା ନେଇ ମେଲବୋର୍ଣ୍ଣ ଷ୍ଟାର୍ସ ମୁଖ୍ୟ କୋଚ ଡେଭିଡ ହସି ସ୍ବାଗତ କରିଛନ୍ତି ।

ବାଂଲାଦେଶ ବିପକ୍ଷରେ ଜାନୁଆରୀରେ ଜାତୀୟ ଟିମରେ ଟି-20 ଡେବ୍ୟୁ କରିଥିଲେ । ଏଯାବତ 8ଟି ଟି-20 ଓ ଦୁଇଟି ଦିନିକିଆ ମ୍ୟାଚ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.