ETV Bharat / sports

ବାରବାଟୀ ଦିନିକିଆ: ମାହିଙ୍କୁ ମିସ୍‌ କରିବେ ଓଡିଶାବାସୀ

author img

By

Published : Nov 22, 2019, 11:56 PM IST

Updated : Nov 23, 2019, 6:19 PM IST

ବିଶ୍ବକପ ପରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଚାଲିଛନ୍ତି କ୍ୟାପ୍ଟେନ କୁଲ । ବାରବାଟୀ ଦିନିକିଆରେ ମଧ୍ୟ ଖେଳିବେନି ମାହି । ଏଥର ଧୋନିଙ୍କୁ ମିସ୍ କରିବେ ଓଡିଶାବାସୀ । ଅଧିକ ପଢନ୍ତୁ...

ବାରବାଟୀ ଦିନିକିଆ

କଟକ: ଆସନ୍ତା ଡିସେମ୍ବର 22ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ 3ୟ ଦିନିକିଆ ମ୍ୟାଚ । କଟକ ଐତିହାସିକ ବାରବାଟୀ ଷ୍ଟାଡିୟମରେ ହେବ ଏହି ଦମଦାର ଫାଇଟ୍‌ । ଏଥିପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଦଳରେ ବିରାଟ, ରୋହିତ, ଧୱନ ସମସ୍ତେ ଅଛନ୍ତି, ହେଲେ ନାହାଁନ୍ତି ଧୋନି । ବିଶ୍ବକପ ପରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଚାଲିଥିବା ଧୋନି ଏଥର ନିରାଶ କରିଛନ୍ତି ଓଡିଶାବାସୀଙ୍କୁ । ବାରବାଟୀ ଦିନିକିଆ ପାଇଁ ମଧ୍ୟ ସେ ନିଜକୁ ଦଳରୁ ଦୂରେଇ ରଖିଛନ୍ତି । ଫଳରେ ଧୋନିଙ୍କୁ ଦେଖଇବାର ମୌକା ହରାଇ ବସିଛନ୍ତି କଟକବାସୀ ।

ମାହିଙ୍କୁ ମିସ୍‌ କରିବେ ଓଡିଶାବାସୀ

2017 ଜାନୁୟାରୀରେ ଶେଷଥର ପାଇଁ ଧୋନି ବାରବାଟୀରେ ଖେଳିଥିଲେ । ଜାନୁୟାରୀ 19 ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଏଠି ଖେଳାଯାଇଥିଲା ଶେଷ ଦିନିକିଆ ମ୍ୟାଚ । ମ୍ୟାଚରେ 122 ବଲରୁ 134 ରନ ବିସ୍ଫୋରକ ପାଳି ଖେଳିଥିଲେ ମାହି । 15ରନରେ ମ୍ୟାଚ ଜିତିଥିଲା ଟିମ ଇଣ୍ଡିଆ ।

ଅନ୍ୟପଟେ ଧୋନିଙ୍କ ଅବସର ଖବର ଉଠୁଥିବା ବେଳେ ଆଶାରେ ଓଡିଶାବାସୀ । ଏଥର ନୁହେଁ ତ ବୋଧେ କେବେ ନୁହେଁ । କଣ ବାରବାଟୀ ଗ୍ରାଉଣ୍ଡରେ ଆଉ କେବେ ପାଦ ରଖିବେନି ମାହି ?

ବ୍ୟୁରୋ ଇନପୁଟ ସହ କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:କଟକ: ବାରଵାଟି କୁ ଫେରିଲା ଆନ୍ତର୍ଜାତିକ ମ୍ୟାଚ । ଆସନ୍ତା ମାସ 22 ତାରିଖରେ ବାରଵାଟି ଷ୍ଟାଡିଅମ ରେ ସମ୍ନାସାମ୍ନି ହେବ ଭାରତ ଓ ୱେଷ୍ଟେଇଣ୍ଡିଜ । ଯାହାକୁ ନେଇ ଟିମ ଇଣ୍ଡିଆ ର ଟିମ ମଧ୍ୟ ଘୋଷଣା ସରିଛି । ବିରାଟ ବାହିନୀ ବାରଵାଟି ରେ ଦେଖାଇବେ ଯାଦୁ । ହେଲେ ଗୋଟିଏ କଥା ସବୁ ଫ୍ୟାନ୍ସ ମାନକୁ ଦୁଃଖିତ କରିଛି । ଆଉ ସିଏ ହେଉଛି ବାରଵାଟି ଆସିବେନି ଧୋନି ।

Body:ଭିଓ୧: ବାରଵାଟି ରେ ନଜର ଆସିବେନି ମାହି । ଅସନ୍ତା ମାସ 22 ତାରିଖରେ ହେବାକୁ ଥିବା ୱେଷ୍ଟେ ଇଣ୍ଡିଜ ବିପକ୍ଷ ମ୍ୟାଚ ରେ ଦେଖିବାକୁ ମିଳିବନି ଧୋନୀ ଙ୍କ ହେଲିକପ୍ଟର ସଟ । ଯାହାକୁ ନେଇ ପୁରା ନିରାଶ ହୋଇପଡିଛି ବାରଵାଟି । କାରଣ ପୂର୍ବରୁ ଧୋନି ଅନେକ ମ୍ୟାଚ ବାରଵାଟି ରେ ଖେଳିଛନ୍ତି । ସେ ଚେନାଇ ସୁପର କିଙ୍ଗ ଟିମ ପକ୍ଷରୁ ହେଉ କି ଇଣ୍ଡିଆନ ଟିମ । ସବୁ ଥିରେ ଦଳ କୁ ବିପଦ ସମୟରେ ରକ୍ଷା କରିଛନ୍ତି ଧୋନୀ । ତେବେ ପୋଲାର୍ଡ଼ ବାହିନୀ ବିପକ୍ଷ ରେ ମ୍ୟାଚ ନ ଖେଳିବା କ୍ରୀଡ଼ାପ୍ରେମୀ ଙ୍କ ମନକୁ ବ୍ୟଥିତ କରିଛି ।

ବାଇଟ: କ୍ରୀଡ଼ାପ୍ରେମୀ
ବାଇଟ: କ୍ରୀଡ଼ାପ୍ରେମୀ
ବାଇଟ: କ୍ରୀଡ଼ାପ୍ରେମୀ

ଭିଓ୨: ଅନ୍ୟପଟେ ଓଡିଶା ର ଯୁବ ବୋଲର ମାନେ ମଧ୍ୟ ଧୋନୀ ଙ୍କୁ ମିସ କରିବେ । କାରଣ ଧୋନି ଭଳି ଅଭିଜ୍ଞ ଖେଳାଳି ଙ୍କୁ ନେଟସ ରେ ଅଭ୍ୟାସ ସମୟରେ ବୋଲିଂ କରିବାର ସୁଯୋଗ ମଧ୍ୟ ପାଇଥାନ୍ତେ ଓଡିଶା ର ଯୁବ ବୋଲର । ଯାହାଦ୍ୱାରା ଅନେକ କିଛି ଶିଖିବାକୁ ପାଇଥାନ୍ତେ ବୋଲର । ତେବେ ମୋଟାମୋଟି କହିବାକୁ ଗଲେ କେବଳ କ୍ରୀଡ଼ାପ୍ରେମୀ ନୁହେଁ ବରଂ ଓଡିଶା ର ବୋଲର ମଧ୍ୟ ଏମ ଏସ ଡି ଙ୍କୁ ବହୁତ ମିସ କରିବେ ।

ବାଇଟ: ପବନ ଅଗ୍ରୱାଲ ( କ୍ରୀଡ଼ାବିତ)

Conclusion:ଫାଭିଓ: ତେବେ ମାହି ଶେଷ ଥର ପାଇଁ ବାରବାଟୀ ରେ ଇଂଲଣ୍ଡ ବିପକ୍ଷ ଏକଦିବସିୟ ମ୍ୟାଚରେ 122 ବଲରୁ 134 ରନ କରିଥିଲେ । ଯେଉଁଥିରେ ଭାରତ 15 ରନ ରେ ବିଜୟ ଲାଭ କରିଥିଲା । ତେବେ କହିବାକୁ ଗଲେ ମାହି ଙ୍କୁ ନଦେଖିବା ଜାଣି ନିଶ୍ଚିତ ରୂପେ ମନେ ମନେ ଗୁମୁରି କାନ୍ଦୁଥିବ ବାରବାଟୀ ଷ୍ଟାଡିଅମ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
Last Updated : Nov 23, 2019, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.