ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ସାଜିଲେ ବେକର । ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ପାଇଁ ପ୍ରସ୍ତୁତ କଲେ କେକ୍ । ପଡିଆରେ ଆକ୍ରମଣାତ୍ମକ ଢଙ୍ଗରେ କ୍ରିକେଟ ଖେଳୁଥିବା ବିଶ୍ବର ନମ୍ବର-ୱାନ ବ୍ୟାଟ୍ସ ମ୍ୟାନ ରୋଷେଇ ଘରେ ଦେଖାଇଲେ ତାଙ୍କର କଳା । ପତ୍ନୀ ଅନୁଷ୍କା ଶର୍ମାଙ୍କ ଜନ୍ମଦିନ ଅବସରରେ ବନାଇଥିବା କେକ୍ ଲକଡାଉନ ଅନୁଭୂତିର ସର୍ବଶ୍ରେଷ୍ଠ ସୃତି ବୋଲି କହିଛନ୍ତି କୋହଲି ।
-
From baking for his special someone in the lockdown to revealing the best smoothie makers in the team, @imVkohli answers it all on #OpenNetsWithMayank.
— BCCI (@BCCI) July 26, 2020 " class="align-text-top noRightClick twitterSection" data="
Part 2 of the show coming up soon on https://t.co/Z3MPyesSeZ. Stay tuned 😊😊@mayankcricket pic.twitter.com/IuvdfOST0Y
">From baking for his special someone in the lockdown to revealing the best smoothie makers in the team, @imVkohli answers it all on #OpenNetsWithMayank.
— BCCI (@BCCI) July 26, 2020
Part 2 of the show coming up soon on https://t.co/Z3MPyesSeZ. Stay tuned 😊😊@mayankcricket pic.twitter.com/IuvdfOST0YFrom baking for his special someone in the lockdown to revealing the best smoothie makers in the team, @imVkohli answers it all on #OpenNetsWithMayank.
— BCCI (@BCCI) July 26, 2020
Part 2 of the show coming up soon on https://t.co/Z3MPyesSeZ. Stay tuned 😊😊@mayankcricket pic.twitter.com/IuvdfOST0Y
ଭାରତୀୟ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କ ସହ ଏକ ମଜାଦାର ସାକ୍ଷାତକାରରେ ବିରାଟ କୋହଲି ତାଙ୍କ ଜନ୍ମଦିନରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଇଁ ଏକ କେକ ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କେକ୍ ରାନ୍ଧିବାରେ ଏହା ତାଙ୍କର ପ୍ରଥମ ପ୍ରୟାସ ଓ ଫଳାଫଳ ସଠିକ୍ ଆସିଛି ।
"ଅନୁଷ୍କାଙ୍କ ଜନ୍ମଦିନରେ ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଏକ କେକ ପ୍ରସ୍ତୁତ କରିଛି । ଏହା ମୋ ପାଇଁ ଏକ ଷ୍ଟାଣ୍ଡଆଉଟ୍ କ୍ବାରେଣ୍ଟାଇନ କାହାଣୀ । କାରଣ ମୁଁ ଏହା ପୂର୍ବରୁ କେବେ ବି କେକ୍ ପ୍ରସ୍ତୁତ କରି ନଥିଲି । ପ୍ରଥମ ପ୍ରୟାସରେ ଏହା ଭଲ ହୋଇଥଲା ଏବଂ ସେ କେକ୍କୁ ଖୁବ ପ୍ରସଂଶା କରିଥିଲେ ।’’ ବୋଲି ମୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରାଟ କହିଛନ୍ତି ।
ଚଳିତ ବର୍ଷର ଆଇପିଏଲ ଅର୍ଥାତ ଟୁର୍ଣ୍ଣାମେଣ୍ଟର 13 ତମ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଛି । ଆସନ୍ତା 19 ସେପ୍ଟେମ୍ବରରୁ 8 ନଭେମ୍ବର ଆଇପିଏଲ ଖେଳସୂଚୀ ସ୍ଥିର କରଯାଇଥିବା ଚର୍ଚ୍ଚା ହେଉଛି । ତେବେ ସବୁଥର ପରି ଚଳିତ ଥର ମଧ୍ୟ କୋହିଲ ଆଇପିଏଲର ଫ୍ରାଞ୍ଜାଇଜ୍ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋରର ନେତୃତ୍ବେ ନେବେ । ସୂଚନାଥାଉ କି, ଗତ 12ଟି ସଂସ୍କରଣରେ କୌଣସି ଥର ମଧ୍ୟ ଆରସିବି ଟ୍ରଫି ଟେକି ପାରି ନଥିବା ବେଳେ ଗୋଟିଏ ଥର ରନ୍ସ ଅଫ ହୋଇଛି ।