ETV Bharat / sports

ପାକିସ୍ତାନ ଦିନିକିଆ କ୍ରିକେଟ ଟିମର ନୂଆ କ୍ୟାପଟେନ ବାବର ଆଜମ - Pakistan ODIs captiain

ପାକିସ୍ତାନ କ୍ରିକେଟ ଟିମର ନୂଆ ଦିନିକିଆ କ୍ୟାପଟେନ ନିଯୁକ୍ତ ହୋଇଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଏହି ଘୋଷଣା କରାଯାଇଛି ।

Babar to lead Pakistan in ODIs, T20s Azhar to continue as Test captain
ପାକିସ୍ତାନ ଦିନିକିଆ କ୍ରିକେଟ ଟିମର ନୂଆ କ୍ୟାପଟେନ ବାବାର ଆଜମ
author img

By

Published : May 14, 2020, 1:11 PM IST

ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟ ଟିମର ନୂଆ ଦିନିକିଆ କ୍ୟାପଟେନ ନିଯୁକ୍ତ ହୋଇଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ଘୋଷଣା ପରେ ହ୍ବାଇଟ ବଲ କ୍ରିକେଟରେ ପାକିସ୍ତାନର କ୍ୟାପଟେନ ହୋଇଛନ୍ତି ବାବର ଆଜମ । ପୂର୍ବରୁ କେବଳ ଟି-20 ଟିମର କ୍ୟାପଟେନ ରହିଥିଲେ ବାବର ଆଜମ ।

ବର୍ତ୍ତମାନ ସମୟରେ 3ଟି ଫର୍ମାଟରେ ବିଶ୍ବକ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବାବର ଆଜମ । ଅଧିନାୟକ ଭାବେ ୱିକେଟ କିପର ବ୍ୟାଟ୍ସମ୍ୟାନ ସର୍ଫରାଜ ଅହମ୍ମଦଙ୍କ ସ୍ଥାନ ନେଇଛନ୍ତି ବାବର । ବର୍ଷ 2020-21 ସିଜିନରେ ଉଭୟ ଟି-20 ଓ ଦିନିକିଆ ଫର୍ମାଟରେ ଅଧିନାୟକତ୍ବ ଇଂନିସ ଆରମ୍ଭ କରିବେ ବାବାର ଆଜମ । ଏହି ସିଜିନରେ ଏସିଆ କପ, ଟି-20 ବିଶ୍ବକପ ବ୍ୟତୀତ, 6ଟି ଦିନିକିଆ ଓ 20ଟି ଟି-20 ମ୍ୟାଚ ଖେଳିବାର ସୂଚୀ ରହିଛି ।

ପାକିସ୍ତାନ ଟେଷ୍ଟ ଟିମ କ୍ୟାପଟେନ ଆଝାର ଅଲ୍ଲୀ ଓ ହ୍ବାଇଟବଲ କ୍ୟାପଟେନ ବାବର ଆଜମଙ୍କୁ ମୁଖ୍ୟ କୋଚ ତଥା ଚୟନକର୍ତ୍ତା ମିଶବାହ ଉଲ-ହକ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.