ETV Bharat / sports

10ବର୍ଷ ପରେ କରାଚିରେ କ୍ରିକେଟ, ବାବରଙ୍କ ରେକର୍ଡ

ଦିନିକିଆ କ୍ରିକେଟରେ ଦ୍ରୁତତମ 11ତମ ଶତକ ହାସଲ କରିବାରେ ବାବର ଆଜାମ 3ନଂ ସ୍ଥାନରେ ପହଞ୍ଚିଯାଇଛନ୍ତି । କରାଚି ସ୍ଥିତ କ୍ରିକେଟ ଷ୍ଟାଡିୟମରେ ପ୍ରାୟ 10 ବର୍ଷ ପରେ କ୍ରିକେଟ ମ୍ୟାଚ ଖେଳାଯାଉଛି । ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଖେଳାଯାଉଛି ।

author img

By

Published : Sep 30, 2019, 8:05 PM IST

ଫଟୋ ସୌଜନ୍ୟ: twitter@ICC

ହାଇଦ୍ରାବାଦ: ପାକିସ୍ତାନକୁ ଫେରିଲା କ୍ରିକେଟ । ଶ୍ରୀଲଙ୍କା ସହ ପାକିସ୍ତାନର ଦିନିକିଆ ସିରିଜ ପାକିସ୍ତାନରେ ଖେଳାଯାଇଛି । କରାଚି ସ୍ଥିତ କ୍ରିକେଟ ଷ୍ଟାଡିୟମରେ ପ୍ରାୟ 10 ବର୍ଷ ପରେ କ୍ରିକେଟ ମ୍ୟାଚ ଖେଳାଯାଉଛି ।

ପ୍ରଥମେ ଟସ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ପକ୍ଷରୁ ବାବର ଆଜମ ଶତକ ହାସଲ କରିଛନ୍ତି । ନିଜ କ୍ୟାରିୟରର 11ତମ ଶତକ ହାସଲ କରିଛନ୍ତି ବାବାର । ତେବେ ଏହା କରିବାରେ ସେ ଏକ ନିଆରା ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି ।

ଦିନିକିଆ କ୍ରିକେଟରେ ଦ୍ରୁତ 11ଶତକ ହାସଲ କରିବାରେ ବାବର ଆଜାମ 3ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି । ଏହି ତାଲିକାର ଶୀର୍ଷରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ହାସିମ ଅମଲା । 11ଟି ଶତକ ହାସଲ କରିବାକୁ 64ଟି ଇଂନିସ ନେଇଥିଲେ ଅମଲା ।

କ୍ବିଣ୍ଟନ ଡି କକ୍‌ 65ଟି ଇଂନିସ ନେଇ ତାଲିକାର 2ୟ ସ୍ଥାନରେ ଅଛନ୍ତି । 3ୟ ଖେଳାଳି ଭାବେ ବାବାର ଆଜାମ 71 ଟି ଇଂନିସରୁ 11ଟି ଶତକ ହାସଲ କରିଛନ୍ତି । ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାକୁ ବିରାଟ କୋହଲି 82 ଓ ଶିଖର ଧାୱନ 86 ଇଂନିସ ନେଇ ତାଲିକାର 4ର୍ଥ ଓ 5ମ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ମଧ୍ୟ 86 ଇଂନିସରୁ 11 ଶତକ ହାସଲ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.