ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର 4ର୍ଥ ତଥା ଶେଷ ଟେଷ୍ଟ ଖେଳାଯାଉଛି । ଗୁରୁବାର ପ୍ରଥମ ଦିନରେ ପୁନର୍ବାର ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ଉଭୟ ସ୍ପିନ ଓ ପେସ୍ ଆକ୍ରମଣ ସାମ୍ନାରେ ଭ୍ରମଣକାରୀ ଦଳର କୌଣସି ଖେଳାଳି ବେଶୀ ସମୟ ତିଷ୍ଠି ପାରିନାହାନ୍ତି । ଫଳରେ 205 ରନରେ ଇଂଲଣ୍ଡର ପ୍ରଥମ ଇଂନିସ ସମାପ୍ତ ହୋଇଛି । ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏକମାତ୍ର ଇଂଲିସ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ 55 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।
ଅହମ୍ମଦାବାଦରେ ପୁଣି ଯୁବ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଯୋଡି କମାଲ ଦେଖାଇଛନ୍ତି । ଅକ୍ଷର 4ଟି ଓ ଅଶ୍ବିନ 3ଜଣ ଇଂଲଣ୍ଡ ଖେଳାଳିଙ୍କୁ ପାଭିଲିୟନ ପଠାଇଛନ୍ତି । ମହମ୍ମଦ ସିରାଜ 2ଟି ଓ ୱାସିଂଟନ ସୁନ୍ଦର ମଧ୍ୟ ଗୋଟିଏ ୱିକେଟ ହାସଲ କରିଛନ୍ତି ।
ସଂକ୍ଷୀପ୍ତ ସ୍କୋର: 75.5 ଓଭରରେ ଇଂଲଣ୍ଡ ଅଲଆଉଟ(ବେନ ଷ୍ଟୋକ୍ସ, ଡାନିଏଲ ଲରେନ୍ସ 46, ଓଲି ପୋପ 29, ଅକ୍ଷର ପଟେଲ 4/68, ରବିଚନ୍ଦ୍ରନ ଅଶ୍ବିନ 3/47, ମହମ୍ମଦ ସିରାଜ 2/45)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ