ହାଇଦ୍ରାବାଦ: ଅଷ୍ଟ୍ରେଲିଆର ମହାନ୍ କ୍ରିକେଟ୍ ଖେଳାଳୀ ଶେନ୍ ୱାଟସନ୍ ବିଗ୍ବ୍ୟାଶ୍ରୁ ଅବସର ନେଇଛନ୍ତି । 37ବର୍ଷୀୟ ଓ୍ବାଟସନ୍ ନିଜ ଦେଶର ଟି-20 ଲିଗ୍ ଆଉ ଖେଳିବେ ନାହିଁ । ଏବେ ସୁଦ୍ଧା ନିଜର ଘରୋଇ ଲିଗ୍ରେ ମୋଟ୍ 42 ମ୍ୟାଚ୍ ଖେଳି 1,058 ରନ୍ କରିଛନ୍ତି । ଏଥିସହ 42 ୱିକେଟ୍ ନିଜ ନାଁରେ କରିଛନ୍ତି ।
ପରିବାର ସହ ଅଧିକ ସମୟ ବିତେଇବା ଲାଗି ସେ ଏପରି ନିଷ୍ପତ୍ତି ନେଇଛନ୍ତି । ସୂଚନାଥାଉକି, ଘରୋଇ ଲିଗ୍ ରେ ୱାଟସନ୍ ସିଡନୀ ଥଣ୍ଡର ପାଇଁ ଖେଳୁଥିଲେ । ଏହି ଦଳ ସହ 4ବର୍ଷ ହେଲା ଜଡିତ ଥିଲେ । ବର୍ତ୍ତମାନ ସେ ଆଇପିଏଲ୍ର ଚେନ୍ନାଇ ସୁପରକିଙ୍ଗସ୍ ଦଳ ପକ୍ଷରୁ ଖେଳୁଛନ୍ତି।
ତେବେ 2016ରେ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିଅରରୁ ଅବସର ନେଇ ସାରିଛନ୍ତି ।