ETV Bharat / sports

ବିଶ୍ବକପ: କିୱିକୁ 86ରନରେ ପରାସ୍ତ କଲା କଙ୍ଗାରୁ ଦଳ

ପାକିସ୍ତାନ ପରେ ଚଳିତ ବିଶ୍ବକପରେ ପୁଣିଥରେ ଆଉ ଏକ ପରାଜୟ ପାଇଛି ନ୍ୟୁଜିଲାଣ୍ଡ ଦଳ । ଶନିବାର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ 86ରନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଟେବୁଲ ଟପ୍ପର ଅଷ୍ଟ୍ରେଲିଆ ।

author img

By

Published : Jun 30, 2019, 10:43 AM IST

Updated : Jun 30, 2019, 2:33 PM IST

ଡିଜାଇନ ଫଟୋ

ଲଣ୍ଡନ: ବେକାର ଗଲା ଟ୍ରେଣ୍ଟ ବୋଲ୍ଡ ହ୍ୟାଟ୍ରିକ୍‌ କଙ୍ଗାରୁ ଶିକାର । କଙ୍ଗାରୁ ଦଳର ବୋଲିଂ ଆଟାକିଂ ଆଗରେ ଫିକା ପଡିଗଲା ବ୍ଲାକ୍‌କ୍ୟାପ ଦଳର ବ୍ୟାଟିଂ । ପାକିସ୍ତାନ ପରେ ଚଳିତ ବିଶ୍ବକପରେ ପୁଣି ଥରେ ଆଉ ଏକ ପରାଜୟ ପାଇଛି ନ୍ୟୁଜିଲାଣ୍ଡ ଦଳ । ଶନିବାର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ 86ରନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଟେବୁଲ ଟପ୍ପର ଅଷ୍ଟ୍ରେଲିଆ ।

Australia
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ 9 ୱିକେଟ ହରାଇ 243ରନ କରିଥିଲା । ନ୍ୟୁଜିଲାଣ୍ଡର ପେସ୍‌ ଷ୍ଟାର ଟ୍ରେଣ୍ଟ ବୋଲ୍ଟ ଚଳିତ ବିଶ୍ବକପରେ 2ୟ ହ୍ୟାଟ୍ରିକ୍‌ ସଫଳାତା ପାଇଥିଲେ । ଅନ୍ୟପଟେ 243ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 157ରନରେ ଅଲଆଉଟ୍‌ ହୋଇଯାଇଥିଲା କଙ୍ଗାରୁ ପଡୋଶୀ ନ୍ୟୁଜିଲାଣ୍ଡ । ଅଷ୍ଟ୍ରେଲିଆ ୱିକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

Australia
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ବିଜୟ ଲକ୍ଷ୍ୟର ପିଛା କରି କିୱି ଦଳର ଓପନିଂ ଯୋଡି ଫେଲ ମାରିଥିଲେ । ସେହିପରି ଅଧିନାୟକ କେନ୍‌ ଓ୍ବିଲିୟମସନ ସର୍ବାଧିକ ମାତ୍ର 40 ରନ କରିଥିଲେ । ଏଥିସହିତ ଅଭିଜ୍ଞ ରସ ଟେଲର 30, ମାର୍ଟିନ ଗୁପ୍ଟିଲ 20, ୱିକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲାଥମ 14 ରନ କରି ଆଉଟ ହୋଇଥିବାବେଳେ ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ । ତେବେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ସର୍ବାଧିକ 5 ୱିକେଟ୍‌ ଅକ୍ତିଆର କରିଛନ୍ତି ।

Australia
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ତରଫରୁ ଉସ୍‌ମାନ ଖ୍ବାଜା ସର୍ବାଧିକ 88 ଓ ଆଲେକ୍ସ କାରେ 71 ରନ କରିଥିଲେ । ଅନ୍ୟପଟେ ଓ୍ବାର୍ନର (16), ଫିଞ୍ଚ୍‌ (8), ମାର୍କସ ଷ୍ଟୋଇନିସ (21), ପ୍ୟାଟ କୁମିନ୍ସ 23 ରନ କରି ଅପରାଜିତ ରହିଥିଲେ ।

Intro:Body:Conclusion:
Last Updated : Jun 30, 2019, 2:33 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.