ସିଡନି: ବାତିଲ ହେଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଚାପେଲ-ହାଡଲି ଦିନିକିଆ ସିରିଜ । କୋରୋନା ଭାଇରସ ଭୟ ପାଇଁ 3ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖାଲି ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ଅବଶିଷ୍ଟ 2ଟି ମ୍ୟାଚକୁ ବାତିଲ କରି ଦିଆଯାଇଛି । ମାର୍ଚ୍ଚ 15 ଓ ମାର୍ଚ୍ଚ 20ରେ ଯଥାକ୍ରମେ 2ୟ ଓ 3ୟ ଦିନିକିଆ ଖେଳାଯିବା ନେଇ ସୂଚୀ ରହିଥିଲା ।

କୋରୋନା ଭାଇରସ ମୁକାବିଲା ପାଇଁ ନ୍ୟୁଜିଲାଣ୍ଡ ସରକାର ଦେଶର ସୀମା ସିଲ କରିବାନେଇ ନିଷ୍ପତ୍ତି ନେଇଛନ୍ତି । ଏହାପରେ କେନ ୱିଲିୟସନଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଟିମ ତୁରନ୍ତ ସ୍ୱଦେଶ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ