ସିଡନି: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା 3ୟ ଟେଷ୍ଟର 3 ଦିନ ଖେଳ ଶେଷ ହୋଇଛି । 3ୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା 243 ରନରେ ଆଗୁଆ ସହ ଅଷ୍ଟ୍ରେଲିଆ ଦୃଢସ୍ଥିତିରେ ରହିଛି । ଡେଭିଡଜ ୱାର୍ଣ୍ଣର 23 ଓ ଜୋ ବର୍ଣ୍ଣସ 16 ରନ କରି ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 454 ରନର ବିଶାଳ ପ୍ରଥମ ଇଂନିସ ସ୍କୋର କରିଥିଲା । ଦଳ ପକ୍ଷରୁ ମାର୍ନସ ଲବୁସାନ ଦମଦାର ଦ୍ବିଶତକ ହାସଲ କରିଥିଲେ । ପରେ ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ 251 ରନରେ ଅଲଆଉଟ ହୋଇଥିଲା । ସ୍ପିନର ନାଥନ ଲାୟନ ସର୍ବାଧିକ 5ଟି ୱିକେଟ ଅକ୍ତିଆର କରିଛନ୍ତି । ପାଟ କମିନ୍ସ 3ଟି ଓ ଷ୍ଟାର୍କ ଗୋଟିଏ ୱିକେଟ ହାସଲ କରିଥିଲେ ।

ଫଳରେ ଅଷ୍ଟ୍ରେଲିଆ 3ୟ ଦିନ ଖେଳ ଶେଷ ସୁଦ୍ଧା 243 ରନରେ ଆଗୁଆ ରହିଛି । ମ୍ୟାଚକୁ ଆଉ 2 ଦିନ ବାକିଥିବାବେଳେ, ନିର୍ଣ୍ଣାୟକ ସ୍ଥିତିରେ ମ୍ୟାଚ ପହଞ୍ଚିବା ନେଇ ଅନୁମାନ କରାଯାଉଛି ।