ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ବକ୍ସିଂ ଡେ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦଳ ବିପକ୍ଷରେ ସାନଦାର୍ ବ୍ୟାଟିଂ କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସେ 77ରନ କରି ନଟ୍ଆଉଟ ରହିଛନ୍ତି । ତେବେ ଆଜିର ମ୍ୟାଚରେ ସେ ଏକ ନୂତନ କୀର୍ତ୍ତିମାନ ହାସଲ କରିଛନ୍ତି ।
ନିଜ ଦେଶ ପାଇଁ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନ ହାସଲ କରିଥିବା 10ମ ଖେଳାଳି ହୋଇଯାଇଛନ୍ତି ସ୍ମିଥ । ପୂର୍ବରୁ 7110ରନ କରି 10ମ ସ୍ଥାନରେ ଥିବା ଗ୍ରେଗ ଚ୍ୟାପେଲଙ୍କୁ ପଛରେ ପକାଇ ଦେଇଛନ୍ତି ସ୍ମିଥ । ଆଇସିସି ଟ୍ବିଟ ଅନୁସାରେ 7113 ରନ ହାସଲ କରି ନଟ୍ଆଉଟ ରହିଛନ୍ତି ।