ମୁମ୍ବାଇ: ବାଂଲାଦେଶ କ୍ରିକେଟ ବୋର୍ଡ ମାର୍ଚ୍ଚ 2020ରେ ଏସିଆ XI ଓ ଓ୍ବାର୍ଲ୍ଡ XI ମଧ୍ୟରେ ଟି-20 ମ୍ୟାଚର ଆୟୋଜନ କରିବ । ଏହି ମ୍ୟାଚ ବଙ୍ଗବନ୍ଧୁ ଶେଖ ମୁଜବିର ରେହମାନଙ୍କ 100ବର୍ଷ ଜୟନ୍ତୀରେ ଖେଳାଯିବ ।
ମୀରପୁର ସ୍ଥିତ ଶେର-ଇ-ବଙ୍ଗଲା ରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ 18 ଓ21 ତାରିଖ ଦିନ 2ଟି ଟି-20 ମ୍ୟାଚ ଖେଳାଯିବ । ତେବେ ଏସିଆ XI ଟିମ୍ରେ ବିରାଟଙ୍କ ସମେତ 6 ଭାରତୀୟ ଟିମରେ ସାମିଲ ଅଛନ୍ତି ।
ସେମାନେ ହେଲେ, କେଏଲ ରାହୁଲ, ଶିଖର ଧଓ୍ବନ,ବିରାଟ କୋହଲି,ଋଷିଭ ପନ୍ତ, ମଦମ୍ମଦ ସାମି, କୁଳଦୀପ ଯାଦବ ।
ରାହୁଲ ଓ ବିରାଟ ଗୋଟିଏ -ଗୋଟିଏ ମ୍ୟାଚ ପାଇଁ ଦଳରେ ସାମିଲ ଅଛନ୍ତି । ବିରାଟଙ୍କ ଖେଳିବା ନିଶ୍ଚିତ ନୁହେଁ । ସେ ଯଦି ସେହି ସମୟରେ ଉପଲବ୍ଧ ରୁହନ୍ତି ତେବେ ଏସିଆ XI ପକ୍ଷରୁ ଖେଳିବେ । ସୂଚନାଥାଉକି, ଏସିଆ ଟିମରେ କୌଣସି ପାକିସ୍ତାନ କ୍ରିକେଟର ସାମିଲ ନାହାଁନ୍ତି । ଅନ୍ୟପଟେ ଓ୍ବାର୍ଲ୍ଡ XIର ନେତୃତ୍ବ ଫାଫ ଡୁ ପ୍ଲେସିସଙ୍କ କାନ୍ଧରେ ।
ସୂଚନାଥାଉକି, ଶେଖ ମୁଜବିର ରହମାନ ବାଂଲାଦେଶ ର ପ୍ରଥମ ରାଷ୍ଟ୍ରପତି ଦାୟିତ୍ବ ତୁଲାଇଛନ୍ତି । ତାଙ୍କୁ କେହି କେହି ଫାଦର ଅଫ୍ ବେଙ୍ଗଲି ନେସନ ମଧ୍ୟ କହିଥାନ୍ତି । ସେ ସ୍ବାଧୀନ ବାଂଲଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମଧ୍ୟ ।
ଏସିଆ XI: କେଏଲ ରାହୁଲ, ଶିଖର ଧଓ୍ବନ,ବିରାଟ କୋହଲି,ଋଷିଭ ପନ୍ତ, ମଦମ୍ମଦ ସାମି, କୁଳଦୀପ ଯାଦବ, ଥିସାରା ପେରେରା, ରାଶିଦ ଖାନ, ମୁସ୍ତାଫିଜୁର ରହମାନ,ସନ୍ଦୀପ ଲାମିଛାନେ, ଲାସିଥ ମଲିଙ୍ଗା,ତମିମ ଇକବାଲ,ମୁଶଫିକପର ରବିମ,ମୁଜିବ ଉର ରହମାନ,ଲିଟନ ଦାସ
ଓ୍ବାର୍ଲ୍ଡ XI: ଏଲେକ୍ସ ହେଲ୍ସ, କ୍ରିସ ଗେଲ୍, ଫାଫ ଡୁ ପ୍ଲେସିସ,ନିକୋଲସ ପୁରନ,ରସ ଟେଲର,ଜନି ବେୟରେଷ୍ଟୋ, କିରନ ପୋଲାର୍ଡ, ଆଦିଲ ରାଶିଦ,ଶେଲ୍ଜନ କୋଟରେଲ, ଲୁଙ୍ଗି ଏନଗିଡି,ଏଣ୍ଡ୍ରୁ ଟାଇ, ମେଚେଲ ମ୍ୟାକ୍ଲିନେଗନ ।